ତାମିଲନାଡ଼ୁରେ ଲ୍ୟାଣ୍ଡଫଲ କଲା `ମାଣ୍ଡୋସ’

ନୂଆଦିଲ୍ଲୀ,୧୦ା୧୨: ତାମିଲନାଡ଼ୁରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ମାଣ୍ଡସ୍ । ତାମିଲନାଡୁର ମାଲ୍ଲାପୁରମ୍‌ଠାରେ ବାତ୍ୟାର ଲ୍ୟାଣ୍ଡଫଲ୍ କରିଛି। ଏଥିପାଇଁ ଘଣ୍ଟା ପ୍ରତି ୫୦ରୁ 60 କିମି ବେଗରେ ପବନ ବୋହୁଛି। ଏହାର ପ୍ରଭାବରେ ୩ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାଣ୍ଡୋସ’ ଏବେ ଦକ୍ଷିଣ ରାଜ୍ୟରେ ତା’ର ପ୍ରଭାବ ଦେଖାଇଛି । ଆନ୍ଧ୍ର ପ୍ରଦେଶ, ତାମିଲ ନାଡୁ ଓ ପୁଡୁଚେରୀ ରାଜ୍ୟରେ ମାଣ୍ଡୋସ ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ପବନର ବେଗ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚେନ୍ନାଇରେ ବିମାନ ଏବଂ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବାତ୍ୟା ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ମାଣ୍ଡୋସ ପ୍ରଭାବରେ ତାମିଲନାଡ଼ୁ ସମେତ ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ବର୍ଷା ଓ ପବନ ଆରମ୍ଭ ହୋଇଛି।।ଦିନ ସାଢ଼େ ୧୧ଟାରୁ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: