ତାରାତାରିଣୀ ଯାତ୍ରା ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର,୯ ।୩ : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ମୁତାବକ, ଜିଲ୍ଲା ବାହାରର ଲୋକଙ୍କୁ ମନ୍ଦିର ଭିତରକୁ ଯିବା ମନା ହୋଇଛି । ଏହା ସହ ମା’ ପ୍ରସାଦ ପାହାଡ ତଳେ ମିଳିବ । ପାହାଡ ଉପରକୁ ଘରୋ ଯାନବାହନ ଦେଇପାରିବେନି ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ଗାଡିର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ତାରାତାରିଣୀ ମନ୍ଦିର ନିକଟରେ ଦୋକାନ ବଜାର ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: