କାବୁଲ,୧୨/୦୯: ତାଲିବାନର ସମର୍ଥନରେ ଆଫଗାନ ମହିଳା । କାବୁଲରେ ଶନିବାର ଚିତ୍ର ଥିଲା ଭିନ୍ନ । ମୁଣ୍ଡରୁ ଗୋଡ ଯାଏଁ ବୁର୍ଖା ପିନ୍ଧି ରାସ୍ତାରେ ଶୋଭାଯାତ୍ରା କରିଛନ୍ତି ମହିଳା । ସେମାନେ ହାତରେ ତାଲିବାନର ପତାକା ଧରିଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ଲଗାତର ମହିଳାମାନେ ତାଲିବାନ ବିରୋଧରେ ପ୍ରଦର୍ଶନ କରୁଥିଲେ । କିନ୍ତୁ ଶନିବାର ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା । ମହିଳାମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ସମର୍ଥନରେ ବାହରିଥିଲେ । ଏହା ତାଲିବାନର ନୂଆ ଚାଲ୍ କିମ୍ବା ମହିଳାଙ୍କୁ ଭୟଭୀତ କରି ଏପରି କରାଯାଇଥିବା କୁହାଯାଉଛି। ତାଲିବାନର ସମର୍ଥନରେ ବାହାରିଥିବା ମହିଳାମାନେ ଭାଷଣରେ କହୁଛନ୍ତି ଯେ, ଦେଶ ଛାଡି ପଳାୟନ କରିଥିବା ମହିଳା ସେମାନଙ୍କ ପ୍ରତିନିଧି ନଥିଲେ । ସହିଦ ରବ୍ବାନୀ ୟୁନିଭର୍ସିଟିରେ ଆୟୋଜିତ ଏହି ସମାବେଶରେ ମହିଳାମାନେ ଏକାଧିକ ତାଲିବାନୀ ପତାକା ଧରିଥିଲେ ।ଏହି ପ୍ରତିବାଦ ରାଲିରେ ମୁଷ୍ଟିମେୟ ନାରୀ ଦେଖିବା ପାଇଁ ଛୋଟ ଫାଙ୍କାଥିବା ନୀଳ ବୁର୍ଖା ପିନ୍ଧିଥିବା ବେଳେ ଅଧିକାଂଶ ନାରୀ ଆଖି ବ୍ୟତୀତ ମୁହଁର ସବୁ ଅଂଶ ଆବୃତ କରିଥିବା କଳା ‘ନିକାବ୍’ ପିନ୍ଧିଥିଲେ। ଅନେକେ ମଧ୍ୟ ହାତରେ କଳା ‘ଗ୍ଲୋଭ୍ସ୍’ (ଦସ୍ତାନ) ପିନ୍ଧିଥିଲେ। ଜଣେ ମହିଳା ବକ୍ତା କହିଥିଲେ ଯେ, ସେ ସେହି ମହିଳାଙ୍କ ବିରୋଧରେ ତାଲିବାନ ପାଇଁ ରାଲି କରିଛନ୍ତି ଯେଉଁମାନେ ଦେଶ ଛାଡି ପଳାୟନ କରିଛନ୍ତି । ପୂର୍ବ ସରକାର ମହିଳାଙ୍କ ସୁନ୍ଦର ଚେହେରା ଦେଖି ଚାକିରୀ ଦେଇଥିଲେ । ସୂଚନାଯୋଗ୍ୟ, ଏହି ଶୋଭାଯାତ୍ରାରେ ଅନେତ ତାଲିବାନୀ ଆତଙ୍କବାଦୀ ବନ୍ଧୁକ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |