ଅନୁଗୁଳ ,୨୬/୦୮: ତାଳଚେର ଗସ୍ତରେ କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା । ତାଳଚେର ସାର କାରଖାନାର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀଙ୍କୁ ସାର କାରଖାନା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । ମନ୍ତ୍ରୀ ପରିସରରେ ବୃକ୍ଷରୋପଣ କଲା ପରେ ପ୍ଲାଣ୍ଟ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ବୁଲି ଦେଖୁଛନ୍ତି । ପ୍ଲାଣ୍ଟର ବଡ଼ ବଡ଼ ଯନ୍ତ୍ରାଂଶ ଆସି ପହଁଚି ସାରିଥିବା ବେଳେ ଷ୍ଟ୍ରକଚର କାମ ଚାଲିଛି। କେତେ ଶୀଘ୍ର ଏହି କାମ ସରିବ ସେ ବିଷୟରେ ଆକି FCI ର ଉଚ୍ଚ ପଦସ୍ଥ ଅଫିସରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି କୋଇଲା ଏବଂ ଗ୍ୟାସ ଭିତ୍ତିକ ଏହି ପ୍ଲାଣ୍ଟରୁ ସାର ଉତ୍ପାଦନ ହେବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା ରଖାଯାଇଛି । ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧିନା ଦିଆଯାଇଛି। କିନ୍ତୁ ପ୍ଲାଣ୍ଟ ପରିସରକୁ କାହାକୁ ଯିବାପାଇଁ ବାରଣ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |