ତାସ ଖେଳରୁ ଗୋଷ୍ଟି ସଙ୍ଘର୍ଷ :ଦୁଇ ପରିବାରର ୮ ଆହତ, ୩ ଗୁରୁତର

ଗଞ୍ଜାମ,୧୪/୯(ମନୋଜ ପାତ୍ର):ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ବାରମ୍ବାର ତାଳଖେଳକୁ ନେଇ ବିଭିନ୍ନ ଘଟଣା ଘଟୁଥିବା ବେଳେ ରବିବାର ତାସ ଖେଳକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ତେବେ ସାମାନ୍ୟ ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ରୁମାଗଡ଼ ଗ୍ରାମରେ ରକ୍ତ ରଞ୍ଜିତ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣାରୁ ଜାଣିବାକୁ ମିଳିଛି ଯେ,ରୁମାଗଡ଼ ଗ୍ରାମର ବଡ଼ ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ବଚସା ହେବା ସହ ଝଗଡା ଆରମ୍ଭ ହୋଇଥିଲା ।କିନ୍ତୁ ପରେ ଦୁଇ ପରିବାର ଲୋକଙ୍କ ଖଣ୍ଡା ଓ ଠେଙ୍ଗା ଆକ୍ରମଣରେ ଉଭୟ ପରିବାରର ୮ଜଣ ଆହତ ହୋଇଥିବା ଜଣାପଡିଛି । ଏପରିକି ଖଣ୍ଡା ଆକ୍ରମଣରେ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଥିବାରୁ ସେମାନଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି ।ଏହି ଘଟଣାକୁ ନେଇ ପୋଲସରା ଥାନା ପୋଲିସ ରୁମାଗଡ଼ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ବ୍ୟକ୍ତିକୁ ଅଟକ ରଖି ପଚାରା ଉଚରା କରୁଥିବା ନେଇ ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!