ତିନିଦିନିଆ ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ : ୨୧ା୩:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।  ପୁରୀରେ ହେବ ବଙ୍ଗାଳି ପର୍ଯ୍ୟଟକଙ୍କ ଅତିଥି ଭବନ ,ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମମତା ବାନାର୍ଜୀ |ପୁରୀରେ ହେବ ବଙ୍ଗାଳି ପର୍ଯ୍ୟଟକଙ୍କ ବିଶାଳ ଅତିଥି ଭବନ। ଏନେଇ ଓଡ଼ିଶା ସରକାର ବଳିଆପଣ୍ଡା ନିକଟରେ ଜମି ଯୋଗାଇ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ଭବନ ନିର୍ମିତ ହେବ। ଆସନ୍ତା ୨୨ ତାରିଖରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ଏଭଳି ସୂଚନା ଦେଇଛନ୍ତି।ମମତା ୨୧ ତାରିଖରେ ମମତା ଭୁବନେଶ୍ୱରରେ ପହଞ୍ଚତ୍ବେ। ୨୨ ତାରିଖ ଅପରାହ୍ନରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମା’ ମହାଲକ୍ଷ୍ମୀ ଓ ମା’ ବିମଳାଙ୍କୁ ଦର୍ଶନ କରିବେ। ପତିତପାବନ ବାନା ଦର୍ଶନ ସହ ନବଗ୍ରହଙ୍କୁ ଦର୍ଶନ କରିବେ। ପରେ ବେଢ଼ା ପରିକ୍ରମା କରିବେ। ସେଦିନ ମନ୍ଦିରରେ ଦର୍ଶନ କରିବା ସହ ବଙ୍ଗାଳି ପର୍ଯ୍ୟଟକଙ୍କ ଲାଗି ପରିକଳ୍ପିତ ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ସେହିପରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କର ଏକ ଗେଷ୍ଟ ହାଉସ ନିର୍ମାଣ ଲାଗି ଜମି ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର କହିଛନ୍ତି। ମମତା ଉକ୍ତ ଜମି ଦେଖି ତର୍ଜମା କରିବେ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!