ତିନି ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୨।୦୪: ତିନି ଦିନିଆ ଭାରତ ଗସ୍ତରେ   ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଉବା । ଏହି ଗସ୍ତ ସମୟରେ ସେ ଆଜି (ଶନିବାର, ଏପ୍ରିଲ ୨) ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏଠାରେ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ । ଯେଉଁଥିରେ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ଅନେକ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା । ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେପାଳର ପ୍ରଧାନମନ୍ତ୍ରୀ ଭାରତର ଜୟନଗର ଏବଂ ନେପାଳର କୁର୍ଥା ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ସେବାକୁ ଶୁଭାରମ୍ଭ କରିଥିଲେ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ସରକାରଙ୍କ କେୟର ଲାଇନ୍ ଅଫ୍ କ୍ରେଡିଟ୍ ଅଧୀନରେ ନିର୍ମିତ ସୋଲୁ କରିଡର ୧୩୨ କେଭି ପାୱାର ଟ୍ରାନ୍ସମିସନ ଲାଇନ ଏବଂ ସବଷ୍ଟେସନର ଉଦଘାଟନ କରିଛନ୍ତି । ସେମାନେ ମିଳିତ ଭାବେ ନେପାଳ ପାଇଁ RuPay ମଧ୍ୟ ଲଞ୍ଚ କରିଥିଲେ । ଭାରତ -ନେପାଳ ସମ୍ପର୍କ ଦୃଷ୍ଟିରୁ ଶେର୍ ବାହାଦୂର ଦେଓବାଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: