ତିନି ମା ଛେଉଣ୍ଡ ଶିଶୁଙ୍କୁ ୫ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ସହାୟତା

ଗଞ୍ଜାମ,୩/୬(ମନୋଜ କୁମାର ପାତ୍ର):ସନଖେମୁଣ୍ଡି ବ୍ଲକର ପାଟପୁର ଗ୍ରାମରେ ବାପା ମା ଙ୍କୁ ହରାଇ ୩ଜଣ ନିରାଶ୍ରୟ ଶିଶୁଙ୍କୁ ସହାୟତା ବିଷୟରେ ଖବର ପ୍ରକାଶିତ ହୋଇଥିଲା । ଉକ୍ତ ଖବର କୁ ନେଇ ପ୍ରକଳ୍ପ ଅଧିକାରୀ (DRDA) ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅରୁଣା ର ନିର୍ଦେଶକ ଲୋକନାଥ ମିଶ୍ର କିପରି ଏହି ମହାମାରୀ ସମୟରେ ଏଭଳି ଶିଶୁଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ଯେପରି ବଞ୍ଚୀତ ନ ହେବେ ସେ ଦିଗରେ ଦୃଷ୍ଟି ଦେବାପାଇଁ ନିଷ୍ପତି ନେଇଥିଲେ । ମିଳିଥିବା ସୂଚନା ମୁତାବକ ଅରୁଣାର ସମ୍ପାଦିକା ସୌଦାମିନୀ ରଥଙ୍କ ନେତୃତ୍ୱରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ସିଡିପିଓ ଅର୍ଚନା କହ୍ନର ଓ ସୁସ୍ମିତା ଭୋଇ ଉକ୍ତ ପରିବାର ସହ ମିସିଥିଲେ ଓ ତାଙ୍କ ମାତୃ ବିୟୋଗ ର ଦୁଃଖ ପ୍ରକାଶ କରିବା ସହ ସହାନୁଭୂତି ପ୍ରଦାନ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପାଖରୁ ଉକ୍ତ ପରିବାରକୁ ଏକ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ କୀଟ ପ୍ରଦାନ କରାଯାଇଥିଲା । ଯେଉଁଥରେ ସୋୟବିନ, ଚିନି, ଚୁଡା, ଖାଇବା ତେଲ, ବିସ୍କୁଟ, ଛତୁଆ, ମଟର ଚଣା, ଡାଲି, ବୁଟ, ସାବୁନ, ମାସ୍କ ଲୁଣ, ମସଲା, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାଯ୍ୟ ଜିନିଷ ମାନ ରହିଛି । ଏହାକୁ ଆଗାମୀ ୫ମାସ ଯାଏଁ ଦିଆଯିବବୋଲି ଅରୁଣାର ନିର୍ଦେଶକ ଲୋକନାଥ ମିଶ୍ର ସୂଚନା ଦେଇଛନ୍ତି । ବିଡ଼ିଓ ରେଡ଼କ୍ରସ୍ ପାଣ୍ଠିରୁ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ କହିବା ସହିତ ସିଡିପିଓ ପିଲାଙ୍କ କିଭଳି ଉତ୍ତମ ତଥା ପୃଷ୍ଟିକର ସ୍ୱାସ୍ଥ୍ୟ ଦିଗରେ ଦୃଷ୍ଟି ଦେବେବୋଲି ମତ ପ୍ରକାଶ କରିଛନ୍ତି । ଅରୁଣା ପକ୍ଷରୁ କରୋନା ମହାମାରୀ ସମୟରେ ମାତା ପିତା ହରାଇଥିବା ପିଲାମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ  ସହାୟତାରେ ରାସନ ବାସ୍କେଟ ବଣ୍ଟନ କାର୍ଯ୍ୟକ୍ରମ ନିଆଯାଇଛି । ଏଇମଧରେ ୨୦୦ ପିତାମାତା ବିହୀନ ଶିଶୁଙ୍କ ସହାୟତା ଦିଆଯାଇଥିବା ବେଳେ ଆଗକୁ ଆହୁରୁ ୧୩୦୦ ଶିଶୁଙ୍କୁ ଏଥିରେ ଅନ୍ତର୍ଭୂକ୍ତ କରାଯିବାର ଲକ୍ଷ ରଖା ଯାଇଛି । ଜିଲ୍ଲାରେ ଯେପରି ଏ ମହାମାରୀ ସମୟରେ କୌଣସି ପିତା ମାତା ବିହୀନ ଶିଶୁ ତାଙ୍କ ମୌଳିକ ଅଧିକାର କୁ ନ ହରାଇ ଉତ୍ତମସ୍ୱାସ୍ଥ୍ୟ, ଶିଶୁଙ୍କ ମାନସିକ ସ୍ତରରେ କାଉନସେଲିଂ, ଉତ୍ତମ ଭବିଷ୍ୟତ ଗଠନ ସହ ସମାଜରେ ଯେପରି ସଂମାନର ସହ ଜୀବନ ଯାପନ କରିପାରିବେ ସେ ଲକ୍ଷରେ ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଅନୁଷ୍ଠାନ ସିଆରଏସ୍ ସହାୟତାରେ ପରିଚାଳିତ ହେଉଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: