ତୁର୍କୀରେ ଭୂକମ୍ପ ଝଟକା , ୫ ମୃତ

ନୂଆଦିଲ୍ଲୀ,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ଫଳରେ ସେଠାକାର ଲୋକ ଭୟଭୀତ ଅଛନ୍ତି । ତେବେ ଏହି ଭୁକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ତେବେ ଏହି ଭୟଙ୍କର ଭୂକମ୍ପ ହେତୁ ତୁର୍କୀରେ ବଡ଼ ଧ୍ୱଂସ ହେବାର ଖବର ରହିଛି। ତେବେ ତୁର୍କୀର ଗାଜିଆଣ୍ଟେପ ନିକଟରେ ଏହି ଭୂକମ୍ପ ହୋଇଥିବା ସୂଚନା ମଳିଛି । ତୁର୍କୀ ସହିତ ଏହି ଭୂକମ୍ପ ସିରିଆରେ ମଧ୍ୟ ବିନାଶ ଘଟାଇଛି । ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ସୂଚନା ଦେଇ କହିଛି ଯେ ଦକ୍ଷିଣ ତୁର୍କୀରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଥିସହିତ ଭୂକମ୍ପର ଗଭିରତା ପ୍ରାୟ ୨୪.୧ କିଲୋମିଟର (୧୪.୯ ମାଇଲ) ଗଭୀରତାରେ ଘଟିଛି। ଏହାର ଭୂକମ୍ପ କେନ୍ଦ୍ର ତୁର୍କୀର ଗାଜିଆଣ୍ଟେପ ପ୍ରଦେଶର ନୋର୍ଡାଗି ଠାରୁ ୨୩ କିଲୋମିଟର (୧୪.୨ ମାଇଲ) ପୂର୍ବରେ ଅବସ୍ଥିତ। ମିଳିଥିବା ସୂଚନା ଅମୁଯାୟୀ, କେନ୍ଦ୍ରୀୟ ତୁର୍କୀରେ ହୋଇଥିବା ଭୂକମ୍ପ ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପର ପ୍ରାୟ ୧୧ ମିନିଟ୍ ପରେ, ୯.୯ କିଲୋମିଟର ଗଭୀରତାରେ ୬.୭ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ହେବାର ଖବର ଅଛି । ତୁର୍କୀରେ ଏହି ଭୟଙ୍କର ଭୂକମ୍ପ ଆଜି ସକାଳ ୬.୪୭ ରେ ଗାଜିଆଣ୍ଟେପ ନିକଟରେ ଘଟିଛି। ଏହାର ପ୍ରଭାବ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆରେ ଅନୁଭୂତ ହୋଇଥିଲା । ତେବେ ଆଜି ସକାଳେ ଘଟିଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି ତେବେ ବାରମ୍ବାର ଏହିପରି ଭୂକମ୍ପ ହେବା ପ୍ରକୃତି ପଇଁ ଉପକୂଳ ନୁହେଁ ବୋଲି  ପରିବେଶବିତମାନେ  କହିବା ସହ  ଏହି  ଭୂକମ୍ପକୁ  ରୋକିବା ପାଇଁ ପରିବେଶକୁ ଅଧିକ ସହୁଜ ସୁନ୍ଦର କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: