ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ଜିନପିଙ୍ଗ

ନୂଆଦିଲ୍ଲୀ, ୧୦। ୩: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି। ସି ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ସହିତ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଚାରି ଦଶନ୍ଧି ପୁରୁଣା ନିୟମ ଭାଙ୍ଗିଛି । ୧୯୮୨ ମସିହାରୁ ରାଷ୍ଟ୍ରପତି ପଦର କାର୍ଯ୍ୟକାଳ ୧୦ ବର୍ଷ ଥିଲା। ସିଙ୍କୁ ତୃତୀୟ ଥର ଏହି ପଦ ଜିତିବା ପରେ ଏହି ନିୟମ ଭଙ୍ଗ ହୋଇଛି।  ମାର୍ଚ୍ଚ ୫ ରେ ଚୀନ୍ ସଂସଦର ଜାତୀୟ ଲୋକ କଂଗ୍ରେସର ବୈଠକ ଆରମ୍ଭ ହୋଇଥିଲା। ଏହି ସପ୍ତାହବ୍ୟାପୀ ବୈଠକ ରେ ସିଙ୍କର ଅନେକ ନୀତି, ବିଶେଷକରି ଜିରୋ କୋଭିଡ୍ ନୀତି ଉପରେ ପ୍ରଶ୍ନ ଉଠିଥିଲା। ତେବେ ସି ଏହି ସମସ୍ତ ଅଭିଯୋଗକୁ ଦୂର କରିବାରେ ସଫଳ ହୋଇଥିଲେ। ଏହା ସହିତ ଆଗାମୀ ଦିନରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ପାଞ୍ଚ ପ୍ରତିଶତବୃଦ୍ଧି ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ସହିତ ଚୀନ୍ ୨୦୨୩ ମସିହାରେ ପ୍ରତିରକ୍ଷା ବଜେଟକୁ ୧୮ ଲକ୍ଷ କୋଟି ଟଙ୍କା ରଖିଛି। ଯାହା ଭାରତ ତୁଳନାରେ ତିନି ଗୁଣ ଅଧିକ। ତେବେ କୋଭିଡ ପରଠାରୁ ଚୀନ୍‌ର ଅର୍ଥନୀତି ମନ୍ଥର ଗତିରେ ବଢୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!