ଅଗରତାଲା ,୨।୩ :୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ୩ଟିଯାକ ରାଜ୍ୟର ଭୋଟ୍ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଫଳାଫଳାରୁ ଜଣାପଡ଼ିଛି ଯେ, ତ୍ରିପୁରା-ନାଗାଲାଣ୍ଡରେ ଭାଜପା ଆଗୁଆ ରହିଛି। ଅନ୍ୟପକ୍ଷରେ, ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି ଉଦୀୟମାନ ହେଉଛି। ଭାଜପା ଏଠାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହେଉଥିବା ଜଣାପଡ଼ିଛି।ନାଗାଲାଣ୍ଡରେ ଭାଜପା ଜିତୁଥିବା ଜଣାପଡିଛି। ଟ୍ରେଣ୍ଡରେ, ଏଠାରେ ଭାଜପା ମିଳିତ ମେଣ୍ଟର ଆଗୁଆ ଆସନ ସଂଖ୍ୟା ୫୧ରେ ପହଞ୍ଚିଛି। ୮ ଟି ଆସନରେ ଏନପିଏଫ ଆଗରେ ଅଛି। କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି। ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଭାଜପା ଗୋଟିଏ ଆସନ ଜିତିଛି। ଭାଜପାର ବିଜେତା ପ୍ରାର୍ଥୀ କାଜେଟୋ କିନିମି ବିନା ନିର୍ବାଚନରେ ଜିତିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |