ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ବର,୧୭/୦୧ : ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ କୋଭିଡ କଟକଣାରେ ଦାଖଲ କରିବେ ପ୍ରାର୍ଥିପତ୍ର । ଏଥର ଲାଗିଛି ଅଙ୍କୁଶ । ଗୋଟିଏ ଗାଡ଼ିକୁ ମିଳିଛି ଅନୁମତି । ଏହି ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖରେ ପ୍ରାର୍ଥିପତ୍ରଗୁଡ଼ିକ ଯାଞ୍ଚ୍‌ ହେବ। ଆଗ୍ରହୀ ପ୍ରାର୍ଥୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ‌୨୫ ତାରିଖ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୱାର୍ଡ ‌ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥର ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେଉଛି। ୱାର୍ଡ ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ, ସମିତି ସଭ୍ୟ ବ୍ଲକ କାର୍ଯାଳୟରେ ନାମାଙ୍କନ ଦାଖଲ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । କୋଭିଡ କଟକଣାରେ ହେବ ପଞ୍ଚାୟତ ଭୋଟ । ରାଜ୍ୟ ନିର୍ବାଚନ କମିଶନରଙ୍କ କଟକଣା ଅନୁଯାୟୀ ସଭା ସମିତି ଓ ପଥପ୍ରାନ୍ତ ସଭାକୁ ବାରଣ କରାଯାଇଛି । ପ୍ରାର୍ଥୀମାନେ ୫ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିବାକୁ ଅନୁମତି ଦିଆଯାଇଛି । ରାଲି ଏବଂ ରୋଡ ସୋ’କୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥର ପୂର୍ବଭଳି ନିର୍ବାଚନ ଦିନ ଭୋଟ ଗଣତି କରାଯିବ ନାହିଁ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୬, ୨୭, ୨୮ରେ ହେବ ଭୋଟ ଗଣତି । ତାହା ପୁଣି ବ୍ଲକ କାର୍ଯ୍ୟାଳୟରେ ହେବ । ଇତିମଧ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆମ୍ଭ ହୋଇଛି ଘନଘନ ବୈଠକ । ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଡିଜିପିଙ୍କ ପର୍ଯ୍ୟନ୍ତଙ୍କ ଚାଲିଛି ଆଲୋଚନା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: