ତ୍ରୈଲୋକ୍ୟପୁରରେ ଜ୍ୟୋସ୍ନାରାଣୀ ଏବଂ ଦାମୋଦରଙ୍କ ଜୋରଦାର ପ୍ରଚାର

ରାଜକନିକା,୧୩/୨:ରାଜକନିକା ବ୍ଲକ୍ ପୂର୍ବକନିକାର ଚର୍ଚ୍ଚିତ ଗ୍ରାମ ପଂଚାୟତ ତ୍ରୈଲୋକ୍ୟପୁରରେ ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନାୟକ । ଚାକିରୀରୁ ଇସ୍ତଫା ଦେଇ ପ୍ରଥମ କରି ଜନସେବା କରିବା ପାଇଁ ପ୍ରାର୍ଥୀ ହୋଇଛନ୍ତି ଜ୍ୟୋସ୍ନାରାଣୀ । ଜଣେ ଶିକ୍ଷିତା ମହିଳାଭାବେ ସେ ବେଶ୍ ପରିଚିତ । ନୂତନ କରି ପ୍ରାର୍ଥୀ ହୋଇଥିବାରୁ ଭୋଟରଙ୍କ ମନ ଜିଣୁଛନ୍ତି ଜ୍ୟୋସ୍ନାରାଣୀ । ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି । ପ୍ରଚାର ସମୟରେ ଗାଁର ଲୋକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ବନ୍ଦାପନା କରି ଶ୍ରୀମତୀ ନାୟକଙ୍କୁ ଘରକୁ ଘର ପାଛୋଟି ନେଉଛନ୍ତି ଲୋକେ । ପଂଚାୟତର ସମସ୍ତ ସମସ୍ୟାକୁ ସମାଧାନ କରିବା ଦିଗରେ ସେ ଉଦ୍ୟମ କରିବା ନେଇ ଆଶା ରଖିଛନ୍ତି । ସେହିଭଳି ସମିତି ସଭ୍ୟ ଭାବେ ଯୁବ ସଂଗଠକ ଦାମୋଦର ସ୍ୱାଇଁ ପ୍ରଚାର ଚଳାଇଛନ୍ତି । ରବିବାର ପଂଚାୟତର ସମସ୍ତ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ଏହି ଦୁଇପ୍ରାର୍ଥୀ । ବିଜେଡ଼ି ଦଳ ସମର୍ଥିତ ଏହି ଦୁଇ ପ୍ରାର୍ଥୀଙ୍କ ପାଇଁ ସଂଗଠକ ଆର୍ତ୍ତତ୍ରାଣ ରାଉତ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଗାମୀ ପଂଚାୟତ ନିର୍ବାଚନ ଫଳାଫଳ ଶ୍ରୀମତୀ ନାୟକଙ୍କ ଜନସେବାର ଇଛା ପୂରଣ କରିବାରେ କେତେ ସହାୟକ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!