ନୂଆଦିଲ୍ଲୀ,୦୫/୦୮: ଥାଇଲାଣ୍ଡର ଏକ ନାଇଟ କ୍ଲବରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୫ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପୁଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜଧାନୀ ବ୍ୟାଙ୍ଗକକ୍ର ଦକ୍ଷିଣ-ପୂର୍ବ ଚୌନବୁରି ରାଜ୍ୟରେ ଏହି ଅଭାବନୀୟ ଅଘଟଣ ଘଟିଛି । ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପୋଲିସ କର୍ଣ୍ଣେଲ ୱୁଟିପଙ୍ଗ ସୋମଜାଇ ଟେଲିଫୋନ୍ ଯୋଗେ କହିଛନ୍ତି ଯେ ଗୁରୁବାର ଏବଂ ଶୁକ୍ରବାର ଦିନ ମଧ୍ୟ ରାତିରେ ଏହା ଘଟିଛି । ତେବେ ବୁଧବାର ଦିନ ମସ୍କୋର ଏକ ଗୋଦାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ନିଖୋଜ ହୋଇଯାଇଥିଲେ ଏବଂ ଅନ୍ୟ ୧୩ ଜଣ ଆହତ ହୋଇଥିଲେ ।ସେ କହିଛନ୍ତି ଯେ ରୁଷର ପ୍ରମୂଖ ଅନ୍ଲାଇନ୍ ବିକ୍ରେତା ‘ଓଜୋନ୍’ର ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ୫୦ ହଜାର ବର୍ଗ ମିଟର ଅଞ୍ଚଳ ପ୍ରଭାବିତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜରୁରୀକାଳୀନ ଅଧିକାରୀ କହିଛନ୍ତି । ମସ୍କୋ ରାଜ୍ୟପାଳ ଆଣ୍ଡ୍ରେଇ ଭୋରୋବୋଭ କହିଛନ୍ତି ଯେ ଦୁଇ ଜଣ ନିଖୋଜ ଅଛନ୍ତି । ଅଧିକାରୀ କହିଛନ୍ତି ଯେ ଆହତ ୧୩ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରାୟ ୧୫୦ ଅଗ୍ନିଶମ କର୍ମଚାରୀ ତିନୋଟି ଅଗ୍ନି ହେଲିକପ୍ଟର ସହିତ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |