ପୁରୀ ୨୦।୯: ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ। ହୃଦଘାତରେ ପୁରୀ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରେ ପୀଡିତ ହୋଇ ଆଇସୋଲେସନ୍ରେ ଥିଲେ। ଆଜି ଛାତିରେ ଯନ୍ତ୍ରଣା ହେବାରୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ ପ୍ରେମାନନ୍ଦ। ଆଜି ଭୋର ୪ଟାରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଧ ସୁଆର ନିଯୋଗର ସାଧାରଣ ସମ୍ପାଦକ ଥିଲେ ପ୍ରେମାନନ୍ଦ। ମହାପ୍ରଭୁଙ୍କ ରଥଯାତ୍ରା, ପହଣ୍ଡି ଆଦି କାର୍ଯ୍ୟରେ ସେ ସାମିଲ ଥିଲେ। ପ୍ରେମାନନ୍ଦଙ୍କ ଦେହାନ୍ତ ପରେ ସେବାୟତ ମହଲରେ ଶୋକର ଛାୟା ଖେଳିଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |