ଦମ୍ପତି କୁ ଘରୁ ବାହାର କରିଦେଲେ ପୁଅ, ଝିଅ ଓ ଶାଶୁ ପରିତ୍ୟକ୍ତ ଶୈଚାଳୟରେ ଆଶ୍ରୟ ନେଇଛନ୍ତି ମଦ୍ୟପ ଦମ୍ପତି

ନବରଙ୍ଗପୁର,୧୯/୦୬ (ମିହିର ଶଙ୍କର ପାତ୍ର):-ଦମ୍ପତି କୁ ଘୋରୁ ବାହାର କରିଦେଲେ ପୁଅ ,ଝିଅ ଏବଂ ଶାଶୁମାଁ ଏହା ପାରେ ଦମ୍ପତି ଦୁହେଁ ଯାଇ ଏକ ପରିତ୍ୟକ୍ତ ଶୌଚାଳୟରେ ଆଶ୍ରୟ ନେଇଛନ୍ତି ମଦ୍ୟପ ଦମ୍ପତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତ ଅନ୍ତର୍ଗତ ଭରତଗୁଡ଼ା ଗ୍ରାମରେ ।ପରିତ୍ୟକ୍ତ ଶୌଚାଳୟରେ ରହୁଥିବା ତିଳୋତ୍ତମା ସହ ତାଙ୍କ ସ୍ୱାମୀ ପୂର୍ଣ୍ଣ ଗୌଡ଼। କ’ଣ ପାଇଁ ଏହି ଶୈଚାଳୟ ରେ ଆଶ୍ରୟ ନେଇଛନ୍ତି ଏହାର ସତ୍ୟତା ଜାଣିବା ପାଇଁ ଆମ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି। ତିଳୋତ୍ତମା ଓ ପୂର୍ଣ୍ଣ ଗୈଡ ଙ୍କୁ କଣ ପାଇଁ ଘରୁ ବାହାର କରିଦେଇଛନ୍ତି ପୁଅ, ଝିଅ ଏବଂ ଶାଶୁ ଙ୍କୁ ଏହା ପଚାରିବାରୁ ଏହାର ସତ୍ୟାସତ୍ୟ ଜଣା ପଡ଼ୁଛି ।ଏହି ଦମ୍ପତି ଦୁହେଁ ପ୍ରତିଦିନ ସକାଳ ସନ୍ଧ୍ୟାରେ ମଦ୍ୟପାନ କରି ଘରେ ଅଶାନ୍ତି ର ବାତାବରଣ ସୃଷ୍ଟି କରୁଥିଲେ । ଘୋର ର ସାମଗ୍ରୀ କୁ ମଧ୍ୟ ମଦ ପାଇଁ ବିକ୍ରି କରି ମଦ ପିଇ ରହୁଥିଲେ।ମଦ ପିଇ ପ୍ରାୟ ପ୍ରତିଦିନ ପୁଅଝିଅଙ୍କୁ ଗାଳିଗୁଲଜ କରୁଥିବା ପ୍ରକାଶ କରିଛନ୍ତି। ପୂର୍ଣ୍ଣ ଗୈଡ ର ସାଇ ପଡ଼ିଶା ଲୋକମାନେ ମଧ୍ୟ ପ୍ରକାଶ କରିଛନ୍ତି। ପୂର୍ଣ୍ଣ ଗୈଡର ଶାଶୁ ପୂର୍ଣ୍ଣ ର ପୁଅ(୧୫)ଏବଂ ,ଝିଅ(୧୩ ) ପାଖରେ ରହି ସେମାନଙ୍କ ପତିପସଣ କରୁଛନ୍ତି। ପୂର୍ଣ୍ଣ ଗୈଡ ଓ ତାହା ସ୍ତ୍ରୀ ର ସବୁଦିନ ମଦ ପିଇ ଘରେ ପୁଅ ଝିଅ କୁ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୋଗୁଁ ଏମାନଙ୍କୁ ଘର ରୁ ବାହାର କରିଛନ୍ତି। ପୂର୍ଣ୍ଣର ଶାଶୁ କହିବା ଅନୁଯାୟୀ ସେ ଦୁହେଁ ଯେଉଁ ଦିନ ମଦ ପିଇବା ବନ୍ଦ କରିବେ ସେଦିନ ଘର ଭିତରେ ପ୍ରବେଶ କରିବେ।

sdsdsd

WhatsApp Image 2021 06 19 at 3.24.05 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: