ଦମୟନ୍ତୀ ମାଝୀ ହେଲେ କଟକର ଡେପୁଟି ମେୟର

କଟକ ୦୭।୦୪ : ଦମୟନ୍ତୀ ମାଝୀ ହେଲେ କଟକ ମହାନଗର ନିଗମର ଡେପୁଟି ମେୟର । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷ ପାଠ ପଢୁଛନ୍ତି । ସେ ବିନା ପ୍ରତିଦ୍ୱନ୍ଦିତାରେ ସିଏମ୍‌ସିର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ପୌର ଉପାଧ୍ୟକ୍ଷ ନିର୍ବାଚନରେ ନିର୍ଦ୍ଧାରିତ ସମୟ ସୁଦ୍ଧା କେବଳ ଦମୟନ୍ତୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଉ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଯାହାଫଳରେ ଦମୟନ୍ତୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । କଟକ ଜଗତପୁର ବାଲିସାହି ବସ୍ତିରେ ରହୁଥିବା ଏହି ଆଦିବାସୀ ଯୁବତୀ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ଦମୟନ୍ତୀ ହେଉଛନ୍ତି ସିଏମସିର ସର୍ବକନିଷ୍ଠ କର୍ପୋରେଟର। ଜଣେ ମେଧାବୀ ଛାତ୍ରୀ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଖ୍ୟାତି ଲାଭ କରିଛନ୍ତି ଦମୟନ୍ତୀ ।  କଟକ ମହାନଗର ନିଗମରେ ମୋଟ ୫୯ଟି ଓ୍ୱାର୍ଡରୁ ୩୮ରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୮ଟି ଓ ବିଜେପି ୭ଟି ଓ୍ୱାର୍ଡ ଜିତିବାରେ ସକ୍ଷମ ହୋଇଛି ।ସେପେଟ କଟକ ମହାନଗର ନିଗମର ସମସ୍ତ ୫୯ ଜଣ ନିର୍ଵାଚିତ କର୍ପୋରେଟର ଓ ନିର୍ଵାଚିତ ମେୟର ସୁଵାଷ ସିଂହ ଆଜି ଶପଥ ନେଇଛନ୍ତି । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ଶପଥ ନେଇଛନ୍ତି ସୁବାଷ ସିଂହ ।  ଏହାସହ ସୁବାଷ ସିଂହ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଡାଇରେକ୍ଟର ସଂଗ୍ରାମ ଜେନା କର୍ପୋରେଟର ଓ ମେୟରଙ୍କୁ ଶପଥ ପାଠ କରାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!