ଦିଆସିଲ କାଠିରେ ୧୮୭୦ ମଡେଲର ସାଇକେଲ

ପୁରୀ ,୩/୬: ଆଜି ବିଶ୍ୱ ସାଇକେଲ ଦିବସ । ଏହାକୁ ଦୃଷ୍ଟିରେ ରଖି ସାଇକେଲ୍‌ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ପ୍ରୟାସ କରିଛନ୍ତି ପୁରୀ କୁମ୍ଭାରପଡ଼ାର ୧୮ବର୍ଷୀୟ ଜଣେ ଛାତ୍ର ଶାଶ୍ୱତରଞ୍ଜନ ସାହୁ । ସେ ପ୍ରାୟ ୩୬୫୩ ଦିଆସିଲ କାଠି ବ୍ୟବହାର କରି ଏକ ସାଇକେଲ ତିଆରି କରିଛନ୍ତି । ଯାହାର ଉଚ୍ଚତା ୫୦ ଇଞ୍ଚ ଓ ଦୈଘ୍ୟ ୨୫ ଇଞ୍ଚ । ୭ ଦିନ ପରିଶ୍ରମରେ ସେ ଏହି ନିଆରା କୃତି ତିଆରି କରିଛନ୍ତି । ୧୮୭୦ରୁ ୧୮୮୦ ମସିହା ଭିତରେ ବ୍ୟବହାର ହେଉଥିବା ପୁରାତନ ସାଇକେଲ ମଡେଲକୁ ସେ ତାଙ୍କ କୃତିରେ ରୂପ ଦେଇଛନ୍ତି । ସାଇକେଲ ବ୍ୟବହାର ଦ୍ୱାରା ଯେକେହି ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ସହ ନିଜେ ଫିଟ୍‌ ରହିପାରିବ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: