ଦିନେ ପତ୍ନୀଙ୍କ ପାଇଁ ଆମ୍ବୁଲାନ୍ସ ପାଇନଥିଲେ, ଆଜି ଆମ୍ବୁଲାନ୍ସ ଉଦ୍‌ଘାଟନ କଲେ

ଭବାନିପାଟଣ।, ୧୫/୪: ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି। କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରି ଦାନ ମାଝୀ ନିଜ ଅତୀତ କଥାକୁ ମନେପକାଇଛନ୍ତି। କଳାହାଣ୍ଡି ଜିଲ୍ଲା ଅଟୋ ସଂଘ ପକ୍ଷରୁ ଆମ୍ବେଦକର ଜୟନ୍ତୀ ଅବସରରେ ରୋଗୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ତେବେ କାର୍ଯ୍ୟକ୍ରମରେ ଅନ୍ୟ କେହି ଭିଆଇପିଙ୍କୁ ଆମନ୍ତ୍ରଣ କରିବା ଅପେକ୍ଷା ଅଟୋ ସଂଘ କର୍ମକର୍ତ୍ତା ଦାନ ମାଝିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ । ସେ ତାଙ୍କ ହାତରେ ନଡିଆ ବାଡେଇବା ସହିତ  ଆମ୍ବୁଲାନ୍ସ କୁ ଆଗକୁ ଯିବାକୁ ପତାକା ଦେଖାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: