ମୁମ୍ବାଇ ୦୨/୧୧: ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କୁ ‘କର୍ଣ୍ଣାଟକ ରତ୍ନ’ ପୁରସ୍କାର। ପୁନୀତଙ୍କ ଦେହାନ୍ତ ପରଠାରୁ ପ୍ରତ୍ୟେକ କନ୍ନଡ ଫିଲ୍ମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବର୍ତ୍ତମାନ ଅଭିନେତାଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ପୁରସ୍କାର ‘କର୍ଣ୍ଣାଟକ ରତ୍ନ’ ପ୍ରଦାନ କରାଯାଇଛି। ଯାହା ସ୍ୱର୍ଗତ ଅଭିନେତାଙ୍କ ପରିବାର ଗ୍ରହଣ କରିଛନ୍ତି। ୬୭ ତମ କନ୍ନଡ ରାଜୋତ୍ସବ (ରାଜ୍ୟ ଫାଉଣ୍ଡେସନ ଦିବସ) ଅବସରରେ ପୁନୀତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁନୀତ ନବମ ବ୍ୟକ୍ତି ଯିଏକି ରାଜ୍ୟରେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଅଭିନେତାଙ୍କ ପତ୍ନୀ ଅଶ୍ୱିନୀ ପୁନୀତ ରାଜକୁମାର ଏବଂ ତାଙ୍କ ଶିବରାଜକୁମାର ପୁନୀତଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |