ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ସହାୟତା ଯୋଗାଇଲେ ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ

ମାଲକାନଗିରି,୮/୬ (ଶ୍ରୀନିବାସ ପଣ୍ଡା):- ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଞ୍ଚାୟତର ପୁରୁଣା ଓରକେଲ ବିଦ୍ୟାଳୟ ର ଗଣ ଶିକ୍ଷକ ସମୀର ରାୟ ପରିବାରକୁ ଆଜି ଗଣ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ୨୪,୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗଣ ଶିକ୍ଷକ ସମୀର ରାୟ ଗତ ୨୦/୦୫/୨୧ ତାରିଖ ଦିନ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ହେବାରୁ ଡାକ୍ତର ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ। କୋରାପୁଟରେ ଚିକିତ୍ସା ସମ୍ଭବ ନହେବାରୁ ବିଶାଖାପାଟଣାକୁ ନେବା ପରେ,ଚିକିତ୍ସିତ ଅବସ୍ଥାରେ ଗତ ୩୧ ତାରିଖରେ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ସେ ଜଣେ ଗଣ ଶିକ୍ଷକ ଥିବାଯୋଗୁଁ ପରିବାର ଆର୍ଥିକ ଅବସ୍ଥା ସେତେ ସ୍ଵଛଳ ନଥିଲା । ସମୀର ଙ୍କ ମୃତ୍ୟ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ଏପଟେ କରୋନା ର ଛାଟ। ପରିବାର ଚଳିବା ପାଇଁ କାଠିକର ପାଠ ହୋଇପଡିଥିଲା। ଏଭଳି ପରିସ୍ଥିତିରେ ଗଣ ଶିକ୍ଷକ ସଂଘ ସହଯୋଗର ହାତ ବଢାଇ, ଉକ୍ତ ପରିବାରକୁ ୨୪,୫୦୦ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ ଏଭଳି ବଦାନ୍ୟ କାମରେ ,କରୁକୋଣ୍ଡା ବ୍ଲକ ସଭାପତି,ତଥା ଜିଲ୍ଲା ସମ୍ପାଦକ ପଦ୍ମଚରଣ ରଥ, ଜିଲା କୋଷଧକ୍ଷ ସଞ୍ଜିତ ସାନା, ବ୍ଲକ ସମ୍ପାଦକ ଭୀମ ଖିଲ , ଅସିତ ବାହାଦୂର , ଅଜିତ ହାଲଦାର,ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସହାନୁଭୂତି ସହ ଆର୍ଥିକ ସହାୟତା ଯୋଗାଇଥିଲେ । ଏଥିରେ ପରିବାର ବର୍ଗ ଓ ସାଧାରଣ ଜନତା ଏକ୍ସ କ୍ୟାଡର ସଂଘକୁ ଧନ୍ୟବାଦ ଦେବା ସହ ଏକ୍ସ କ୍ୟା ଡର ସଂଘକୁ ଉତ୍ସ।ହିତ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!