ବ୍ରହ୍ମପୁର,୨/୩(ମନୋଜ କୁମାର ପାତ୍ର): ଗତକାଲି ରୋହିଗାଁ ଗ୍ରାମରେ ଦିବ୍ୟଜୀବନ ସଂଘର ଏକ ସମାବେଶ ଅନୁଷ୍ଠିତ ହୋଇଛି। ସ୍ବାମୀ ରାମଦାସ ନନ୍ଦ ସରସ୍ୱତୀ ଙ୍କ ଆହ୍ବାନ କ୍ରମେ ବ୍ରହ୍ମପୁର, ଗୋକର୍ଣ୍ଣପୁର, ଟିକରପଡା, କୁକୁଡାଖଣ୍ଡି, ହିଞ୍ଜଳି, ଅଲାରିଗଡ, ନିସ୍ତିପୁର, ବଡିଆାଓସ୍ତା, ଦୟାନିଧିପୁର ଶାସନ, ପାଣ୍ଡିଆଝୋଲ, ପଦ୍ମତୋଳା ଓ ଗୌତମୀ ର ଭକ୍ତମାନେ ବିଶ୍ବ କଲ୍ୟାଣ ଓ କରୋନା ଯୋଦ୍ଧା ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶ୍ରୀଗୁରୁ ପାଦ ପୂଜା, ମନ୍ତ୍ର ପାଠ, ଭଜନ କୀର୍ତ୍ତନ ଓ ପ୍ରବଚନ କରାଯାଇ ଜନସଚେତନତା କରାଯାଇଥିଲା। ପ୍ରକାଶ ଚନ୍ଦ୍ର ରଥ, ବ୍ରଜକିଶୋର ଭାଇ, ବାବୁ ପ୍ରଧାନ ଓ ବିଦ୍ୟାନନ୍ଦ ସରସ୍ୱତୀ ଯୁବସମାଜ ଉତ୍ତର ଚରିତ୍ର ଗଠନ ରେ ଆଧ୍ଯାତ୍ମିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥିଲେ। ମନୋଜ, ସୀତାରାମ, ସନାତନ ଭକ୍ତି ସଂଗୀତ ଗାନ କରିଥିଲେ। ନିରଞ୍ଜନ ଓ ଅମର ସାଜସଜ୍ଜା ଦାୟିତ୍ୱ ନେଇଥିବା ବେଳେ ସମସ୍ତ ପାଇଁ ଅନ୍ନପ୍ରସାଦ ଦାୟିତ୍ୱ ତୁଲାଇଥିଲେ। ସଂଘ ଶାଖାର ସଂପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ବାଗତ ସଂପର୍କୀତ ଭାଷଣ ଦେଇଥିବା ବେଳେ ସଭାପତି ସ୍ବାମୀ ରାମଦାସ ନନ୍ଦ ଗ୍ରାମବାସୀ ଙ୍କ ଏହି ଅଭିନବ କୈଶଳ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଯୁବନେତା ଓ ସଂଘର ଉପଦେଷ୍ଟା ଇଶ୍ବର ଚନ୍ଦ୍ର ପ୍ରଧାନ ଓ ଉମାଶଙ୍କର ଜେନା କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସହଯୋଗୀ ମାନଙ୍କୁ ଧନ୍ଯବାଦ ଜଣାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |