ଭୁବନେଶ୍ଵର, ୨୮/୦୭ : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରୁ ଗିରଫ। ରାଜଧାନୀରେ ଧରାପଡ଼ିଲା ଚୂନ ଲଗା ଚାକରାଣୀ। ଦିଲ୍ଲୀରୁ କୋଟିଏ ଟଙ୍କାର ଡାଇମଣ୍ଡ ଓ ସୁନା ଗହଣା ଲୁଟ୍ କରି ଭୁବନେଶ୍ଵର ସାଲିଆସାହିରୁ ଗିରଫ ହେଲେ ସୁଜାତା ମହାପାତ୍ର। ସୁଜାତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ପୋଲିସ।
ସୂଚନାନୁଯାୟୀ, ସୁଜାତା ମହାପାତ୍ର ନାମକ ଜଣେ ମହିଳା ଦିଲ୍ଲୀ ଦ୍ଵାରକାନଗରରେ ରହୁଥିବା ଶ୍ୟାମଲାଲଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ। ସୁଯୋଗ ଦେଖି ସୁଜାତା ଶ୍ୟାମଲାଲଙ୍କ ଘରୁ ସେ କୋଟିଏ ଟଙ୍କାର ଡାଇମଣ୍ଡ ଓ ସୁନାଗହଣା ଲୁଟ୍ କରି ଫେରାର ହୋଇଯାଇଥିଲେ। ସୁଜାତା ଦିଲ୍ଲୀରୁ ଭୁବନେଶ୍ଵର ସାଲିଆ ସାହି ଚାଲିଆସିଥିଲେ। ତାଙ୍କ ପଛେ ପଛେ ଏହି ଘଟଣାରେ ଛାନଭିନ୍ କରି ଦିଲ୍ଲୀ ପୋଲିସ ଭୁବନେଶ୍ଵରରେ ପହଞ୍ଚିଥିଲା। ଚୋରୀ ଅଭିଯୋଗରେ ସାଲିଆ ସାହିରେ ରହୁଥିବା ସୁଜାତା ମହାପାତ୍ରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସୁଜାତାଙ୍କ ନିକଟରୁ ସମସ୍ତ ସୁନା ଗହଣା ଜବତ ହୋଇଛି। ଏହା ସହ ସୁଜାତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି କୟାପିଟାଲ ଥାନା ପୋଲିସ। ତେବେ ଏହି ଚୋରି ଘଟଣାରେ ଆଉ କିଏ ସାମିଲ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |