ନୂଆଦିଲ୍ଲୀ୨୮/୫: ରାଜଧାନୀ ନୂଆଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ବହୁ ଉଦ୍ୟମ ପରେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବିଜୟ ମିଳିନାହିଁ ବୋଲି କେଜ୍ରିୱାଲ କହିଛନ୍ତି।କେଜ୍ରିୱାଲ କହିଛନ୍ତି, ଆମେ ଦିଲ୍ଲୀରେ ତାଲାବନ୍ଦକୁ ଧୀରେ ଧୀରେ ଖୋଲିବୁ। ଯେଉଁମାନେ ଅଧିକ ଗରିବ ଶ୍ରେଣୀର, ଶ୍ରମିକ, ପ୍ରବାସୀ ସେମାନଙ୍କୁ ଗୁରୁତ୍ଵ ଦିଆଯିବ। ସୋମବାରଠାରୁ ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖୋଲାଯିବ। ଆଗାମୀ ୧ ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇଟି କ୍ଷେତ୍ର ଖୋଲା ରହିବ ବୋଲି କେଜ୍ରିୱାଲ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |