ନୂଆଦିଲ୍ଲୀ,୨୬ ।୩: ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ୍ତୀ ସମର୍ଥକ ଅମୃତପାଲ ସିଂଙ୍କୁ ଧରିବାକୁ ପଞ୍ଜାବ ପୋଲିସ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଖଲିସ୍ତାନ ସମର୍ଥକ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ତ୍ରିରଙ୍ଗାକୁ ହଟାଇ ଖଲିସ୍ତାନ ପତାକା ଲଗାଇବାକୁ ଧମକ ଦେଇଛନ୍ତି । ଏହି ଧମକ ଏକ ଅଡିଓ ମେସେଜ ମାଧ୍ୟମରେ ଦିଆଯାଇଛି । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି ।ଖଲିସ୍ତାନୀ ସମର୍ଥକମାନେ ଶନିବାର ଦିନ ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ଜାତୀୟ ପତାକା କାଢ଼ି ଖଲିସ୍ତାନୀ ପତାକା ଉଡ଼ାଇବାକୁ ଧମକ ଦେଇଛନ୍ତି। ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଏଭଳି ଧମକ ମିଳିଛି। ଜଣେ ଯାତ୍ରୀ ଏହି ଅଡିଓ ରିସିଭ୍ କରିଛନ୍ତି। ଦିଲ୍ଲୀ ପୋଲିସରେ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ କି ଯେତେବେଳେ ସେ ୱାୟା ଫ୍ଲାଇଟ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ସେତେବେଳେ ଏୟାରପୋର୍ଟରେ ଓହ୍ଲାଇବା ସମୟରେ ତାଙ୍କ ଫୋନରେ ପୂର୍ବରୁ ରେକର୍ଡ ହୋଇଥିବା ଏକ ଅଡିଓ ମେସେଜ ରିସିଭ ହୋଇଥିଲା, ଯେଉଁଥିରେ ଭାରତୀୟ ପତାକା(ତ୍ରିରଙ୍ଗା)କୁ ହଟାଇ ଖଲିସ୍ତାନୀ ପତାକା ଲଗାଯାଇଥିବା ଧମକ ଦିଆଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁନିଟ ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ କରିଛି ।
ଅଡିଓରେ କଥିତ ଭାବେ ଖଲିସ୍ତାନୀ ସମର୍ଥକ ପ୍ରଗତି ମଇଦାନରେ କବଜା କରିବା ଓ ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା ‘ତ୍ରିରଙ୍ଗା’ ତଳକୁ ଖସାଇବାକୁ ଧମକ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ବି ଅପଶବ୍ଦର ବ୍ୟବହାର କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |