ନୂଆଦିଲ୍ଲୀ,୮ା୧: ଦିଲ୍ଲୀରେ ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ତା’ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଲୋକମାନେ ଯିବା ଆସିବାରେ ଅସୁବିଧାରେ ପଡୁଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଘରୋଇ ବିଦ୍ୟାଳୟକୁ ଜାନୁୟାରୀ ୧୫, ୨୦୨୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଥଣ୍ଡା ଏବଂ ଥଣ୍ଡା ଲହରୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ଦ୍ଦେଶାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ଦିଲ୍ଲୀର ଘରୋଇ ବିଦ୍ୟାଳୟ ଖୋଲିବାକୁ ଯାଉଥିଲା। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଏହି ଆଦେଶ ପରେ ଘରୋଇ ବିଦ୍ୟାଳୟର ପିଲାମାନେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଛୁଟି ପାଇବେ। ଅର୍ଥାତ୍, ବର୍ତ୍ତମାନ ପିଲାମାନେ ଆଉ ସାତ ଦିନ ଛୁଟି ପାଇଛନ୍ତି। ଦିଲ୍ଲୀର ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଏହି ଛୁଟି ଦିଆଯାଇଛି। ଘନ କୁହୁଡ଼ି ହେତୁ ପିଲାମାନେ ସ୍କୁଲ ଯିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |