ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ,୨୪।୧ :ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା। ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ। ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି। ତେବେ କ୍ଷୟକ୍ଷତି କଣ ହୋଇଛି, ସେସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ୩୦ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି NCS ସୂତ୍ରରୁ ଜଣାପଡ଼ିଛି|ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ, ପିଥୋରାଗଡ଼ ଏବଂ ଅଲମୋଡାରେ ମଧ୍ୟ ଭୂ-କମ୍ପର ଝଟକା ଲାଗିଛି। ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ସବୁ ଖୋଲା ସ୍ଥାନକୁ ପଳାଇଆସିଥିଲେ।  କିଛି ସେକେଣ୍ଡ ପାଇଁ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି। ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଜଣାପଡ଼ିଛି। ଏହି ଭୂ-କମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: