ଦିଲ୍ଲୀ ପୋଲିସକୁ ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ‘ମହିଳାଙ୍କୁ ଯୌନ ଉତ୍ପୀଡ଼ନ’ ସମ୍ପର୍କରେ ତାଙ୍କ ଭାଷଣ ସମ୍ପର୍କରେ ଦିଲ୍ଲୀ ପୋଲିସ ନୋଟିସର ଜବାବ ଦେଇଛନ୍ତି।ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୁଡାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲା। ହେଲେ କଂଗ୍ରେସ ନେତାଙ୍କ ବିରୋଧ ପରେ ପୁଲିସକୁ ଫେରିବାକୁ ପଡ଼ିଥିଲା। ଏଥିରେ ରାହୁଲ ଗାନ୍ଧୀ ଭାଷଣର ୪୫ ଦିନ ପରେ ପୋଲିସ ଗ୍ରହଣ କରିଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି।ଦିଲ୍ଲୀ ପୋଲିସର ନୋଟିସର ଜବାବରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପୋଲିସର ଏହି କାର୍ଯ୍ୟ ଅଦ୍ଭୁତପୂର୍ବ। ଆଦାନୀ ମାମଲା ସମେତ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ତଥା ବାହାରେ ତାଙ୍କ ଷ୍ଟାଣ୍ଡ ସହିତ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ କୌଣସି ସମ୍ପର୍କ ନାହିଁ ବୋଲି ମୁଁ ଆଶା କରୁଛି।ଦିଲ୍ଲୀ ପୋଲିସର ନୋଟିସକୁ ପ୍ରାରମ୍ଭିକ ଜବାବରେ ଅଧିକ ସୂଚନା ଦେବାକୁ ରାହୁଲ ଗାନ୍ଧୀ ୮-୧୦ ଦିନ ମାଗିଥିଲେ। ଦିଲ୍ଲୀ ପୋଲିସ କହିଛି ଯେ, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ଗ୍ରହଣ କରାଯାଇଛି, କିନ୍ତୁ ତାଙ୍କ ପକ୍ଷରୁ କୌଣସି ସୂଚନା ଶେୟାର କରାଯାଇ ନାହିଁ ଯାହା ତଦନ୍ତକୁ ଆଗକୁ ନେଇପାରିବ। ଏହାପୂର୍ବରୁ ରବିବାର ଦିଲ୍ଲୀ ପୋଲିସ ଟିମ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ରାହୁଲଙ୍କୁ ଭେଟି ପଚରାଉଚରା କରିବା ପରେ ପୋଲିସ ନୋଟିସ ଦେଇଥିଲା। ଜମ୍ମୁ କଶ୍ମୀର ଭାରତ ଯୋଡୋ ଯାତ୍ରା ବେଳେ ଅନେକ ମହିଳା ତାଙ୍କୁ ଯୌନ ଉତ୍ପୀଡନର ଶିକାର ହୋଇଥିବା ନେଇ କହିଥିବା ବୟାନ ଦେଇଥିଲେ। ବୟାନ ଆଧାରରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ ସମସ୍ତ ମହିଳାଙ୍କ ତଥ୍ୟ ଦେବା ଲାଗି ପୋଲିସ ରାହୁଲଙ୍କୁ କହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: