ନୂଆଦିଲ୍ଲୀ,୩୧ା୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ହତ୍ୟା ଧମକ । ବିଳମ୍ବିତ ରାତ୍ରିରେ କେହି ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସକୁ କଲ କରି ଏହି ଧମକ ଦେଇଥିବା ଜଣାପଡ଼ିଛି । ଖବର ପାଇବା ପରେ ଦିଲ୍ଲୀ ପୁଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ତଦନ୍ତ କରି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କଲ୍ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ଥିବା ଲୋକ। ତାଙ୍କ ବୟସ ୩୮ ବର୍ଷ। ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍ରେ ଚିକିତ୍ସାଧୀନ ରହିଛି। ଏହି କାରଣରୁ ପୁଲିସ୍ ତାକୁ ଧରିବା ପରେ ବି ଗିରଫ କରିନାହିଁ।ଧମକ ଦେଇଥିବା ବ୍ୟକ୍ତିଙ୍କର ନାମ ଜୟ ପ୍ରକାଶ ଓ ସେ ମୁଣ୍ଡକା ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ଆଲର୍ଟ ହେବା ସହ ମାମଲାର ଖୋଳତାଡ଼ ଆରମ୍ଭ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |