ଦିଲ୍ଲୀ ସମେତ ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ

ଶ୍ରୀନଗର,୨୨।୩:  ଭୂକମ୍ପରେ ଥରିଲା  ଦିଲ୍ଲୀ ସମେତ ଉତ୍ତର ଭାରତ । ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଲକ୍ଷ ଲକ୍ଷ ଲୋକ ଭୟରେ ଘରୁ ଖୋଲାସ୍ଥାନକୁ ପଳାଇ ଆସିଥିଲେ। ଏହାର ତୀବ୍ରତା ୬.୬ ରହିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଥିଲା।ଭୂମିକମ୍ପର ଝଟ୍‌କା ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱାର ଆଦି ଅଞ୍ଚଳରେ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଧ୍ୟ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଆଫଗାନିସ୍ତାନରେ ଭୂକଂପର କେନ୍ଦ୍ରସ୍ଥଳୀ ଥିବା ବେଳେ ଭାରତ ସମେତ ପାକିସ୍ତାନ, ଚୀନ, ତୁର୍କମେନିସ୍ତାନ, କାଜିକିସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ, କିର୍ଗିସ୍ତାନ ଭଳି ୯ଟି ଦେଶରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପନ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ତତ୍ପର ରହି ଗ‌ୋଟାଏ ଶିଶୁ ପ୍ରସବ କରାଇଛନ୍ତି। ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଉପତ୍ୟକା ଥରହର ହେଉଥିବା ବେଳେ ‘ଲୋୟର୍‌-ସେଗ୍‌ମେଣ୍ଟ୍‌ ସିଜରିଆନ୍‌ ସେକ୍ସନ୍‌’ରେ ଡାକ୍ତରମାନେ ଉକ୍ତ ଶିଶୁଟିକୁ ପ୍ରସବ କରାଇଛନ୍ତି।ମଙ୍ଗଳବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ କଶ୍ମୀର ଉପତ୍ୟକାରେ ଏତେ ଯୋର୍‌ରେ କମ୍ପନ ସୃଷ୍ଟି ହେଲା ଯେ, ଅନେକ ଅଞ୍ଚଳରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!