ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ । ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାଭଙ୍ଗି ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସମନ ପଠାଇ ଉମରଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୁଲିସ। ପ୍ରାୟ ୧୧ ଘଣ୍ଟା ପଚରାଉଚରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୁଲିସ। ଚଳିତ ବର୍ଷ ଫେବ୍ରୁଆରୀ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଉତ୍ତର ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିଲା ଓ ଶତାଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |