ଦୀର୍ଘ ୬ ବର୍ଷ ପରେ ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ

ନୂଆଦିଲ୍ଲୀ, ୩୦।୦୪ : ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ । ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।ଦୀର୍ଘ ୬ ବର୍ଷ ପରେ ଆଜି ପୁଣିଥରେ ବସୁଛି ଏହି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ସମ୍ମିଳନୀକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନା ଓ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ନିଜର ବକ୍ତବ୍ୟ ପ୍ରଦାନ କରିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଉଛନ୍ତି । ଏଭଳି ସମ୍ମିଳନୀ ଫଳରେ ସାଧାରଣଓ ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବ । ସମ୍ମିଳନୀ ଅବସରରେ ଅନେକ ଛୋଟ ଛୋଟ କାର୍ଯ୍ୟକ୍ରମ ରହିଛି ଇ-କୋର୍ଟ, ଆଧୁନିକ ଜ୍ଞାନକୌଶଳ ଉପଯୋଗ ସହ ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ତ୍ୱରିତ ନ୍ୟାୟ ପ୍ରଦାନ, ମାମଲା ପଡ଼ି ରହିବା ହ୍ରାସ କରିବା, ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଆଦି ନେଇ ଏଥିରେ ଆଲୋଚନା ହେବ। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ସମ୍ମିଳନୀରେ ଯୋଗ ଦେବା ସହ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ବହୁଦିନରୁ ପଡି ରହିଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!