ରାଜକନିକା,୨୭/୭:ଗତ ୨୫ତାରିଖ ଦିନ ସକାଳେ ମଣିଙ୍ଗ ୱାର୍କ ରେ ଆସି ନିଖୋଜ ହୋଇଯାଇଥିବା ରାଜକନିକା ଥାନା ଶିଶୁଆ ଗ୍ରାମର ହରିହର ସ୍ଵାଇଁ(ଚୁଣ୍ଟ ସାରେ)ନିଖୋଜ ହୋଇଯିବାର ତିନିଦିନରେ ଆଜି ତାଙ୍କର କ୍ଷତାକ୍ତ ମୃତ ଦେହ ଚାନ୍ଦବାଲି ଥାନା ଅନ୍ତର୍ଗତ କୋଲ୍ହ ନିକଟସ୍ଥ ବୈତରଣୀ ନଦୀରୁ ଉଦ୍ଧାର କରାଯାଇଛି।ଏସମ୍ପର୍କରେ ମୃତ ହରିହର ସ୍ବାଇଁଙ୍କ ପରିବାର ତରଫରୁ ରାଜକନିକା ଥାନାରେ ଏକ ଅଭିଯୋଗ କରାଯାଇଛି।ହରିହର ସ୍ଵାଇଁ ଗତ ୨୫ତାରିଖ ଦିନ ଚାଲିଚାଲି ଚାନ୍ଦବାଲି ଆଡେ ଯାଉଥିବା ବେଳେ ବୈତରଣୀ ବ୍ରିଜ଼ ତଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ।ନଦୀକୂଳରେ ସେ ପିନ୍ଧିଥିବା ଚପଲ ପଡିଥିବା ହୋଇଥିବା ଦେଖି ହରିହରଙ୍କୁ କୁମ୍ଭୀର ନେଇଯାଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଇଥିଲା।ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ପତା ମିଳିନଥିଲା।ଆଜି ମହୁରିଗାଁର କିଛି ମସ୍ୟଯିବି ମାଛଧରୁଥିବା ବେଳେ ହରିହରଙ୍କୁ କୁମ୍ଭୀର ଖାଉଥିବା ଦେଖି ଉଦ୍ଧାର କରିଥିଲେ।ହରିହରଙ୍କର ବାମହାତ ସହିତ ମୁଣ୍ଡ ନଥିବା ମୃତଦେଖକୁ ପରିବାର ଲୋକେ ଚିହ୍ନଟ କରିବାପରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଓ ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ ଓ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ଆଳି ପଠାଇଛନ୍ତି।ମୃତ ହରିହର ରାଜକନିକା ଅଞ୍ଚଳରେ ଜଣେ ଘରେଇ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ।ତେବେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |