ଦୁଇ ଆଖି ହରାଇଲେ ରୋଜଗାରିଆ ପୁଅ, ଭୋକ ଓପାସରେ ପରିବାର

ଭଲ ଚିକିତ୍ସା ପାଇଲେ ପୁଣି ଦୁନିଆ ଦେଖିପାରନ୍ତା ପଙ୍କଜ

ରାଜକନିକା,୨୦ା୫ : ରାଜକନିକା ବ୍ଳକ୍ ଅନ୍ତର୍ଗତ ବରାଡ଼ିଆ ଗ୍ରାମ ପଂଚାତର ସିକୁଡ଼ି ବଣମହୁରୀ ଗ୍ରାମର ପ୍ରଫୁଲ୍ଲ କୁମାର ରାଉଳ ଏବଂ କାବେରୀ ରାଉଳଙ୍କ ରୋଜଗାରିଆ ପୁଅ ପଙ୍କଜ ଦୁଇଟି ଆଖି ହରାଇ ଏବେ ଭିନ୍ନକ୍ଷମ ପାଳଟି ଯାଇଛନ୍ତି । ଛଅ ମାସ ହେବ କଟକ ବଡ଼ ଡ଼ାକ୍ତରଖାନାକୁ ଫେରି ଏବେ ଘରେ ବସିରହିଛନ୍ତି । ଆର୍ଥିକ ଅନଟନ ସାଙ୍ଗକୁ ଯେଉଁ ବୟସରେ ନିଜର ବାପମା ଏବଂ ପରିବାର ଚଳାଇବା କଥା । ଆଜି ସେ ବୟସରେ ନିଜ ପରିବାର ଉପରେ ବୋଝ ପାଲଟିଯାଇଛନ୍ତି । ପଙ୍କଜ ହାଇଦ୍ରାବବାଦ୍ ଏକ ଘରୋଇ ପ୍ଲାଇଉଡ଼୍ କମ୍ପାନୀରେ କାମ କରୁଥିଲା । ଘରେ ତାଙ୍କର ସ୍ତ୍ରୀ, ବାପ ମା’ ରହିଛନ୍ତି । ଭଲ ରୋଜଗାର କରି ପରିବାର ଚଳାଉଥିଲା । ହେଲେ ପଙ୍କଜଙ୍କ ଜୀବନରେ ଘୋଟିଆସିଲା କଳାବାଦଲ । ବଦଳାଇଦେଲା ତାଙ୍କ ଜୀବନର ଚିତ୍ରପଚ୍ଛ । ହେଲେ ହଠାତ୍ ଆଖିକୁ ଦେଖାଗଲା ନାହିଁ । ନିରୁପାୟ ହୋଇଗଲେ । କମ୍ପାନୀରେ କାମ କରିବା ଅସମ୍ଭବ ହୋଇପଡ଼ିଲା । ଏହି କାରଣରୁ ଗାଁକୁ ଫେରିବାକୁ ବାଧ୍ୟ ହେଲେ ପଙ୍କଜ । ନିଜ ଘରକୁ ଫେରି ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦ୍ରାପଡ଼ା ଜିଲା ସ୍ୱ୍ୟାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ଡ଼ାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଚିକିତ୍ସିତ ହୋଇ ଗାଁକୁ ଫେରିଆସିଛନ୍ତି । ହେଲେ ଆର୍ଥିକ ଅନଟନ କାରଣରୁ ଅଧିକ ଚିକିତ୍ସା ସୁବିଧାରୁ ବଂଚିତ ହୋଇଛନ୍ତି ସେ । କୌଣସି ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତି ବିଶେଷ ଆର୍ଥିକ ସହାୟତାର ହାତ ବଢ଼ାଇଲେ ପଙ୍କଜ ପୁଣି ଥରେ ଦୁନିଆକୁ ଦେଖିପାରିବ ବୋଲି ପଙ୍କଜଙ୍କ ବାଲ୍ୟବନ୍ଧୁ ଆଶିଷ କୁମାର ନାୟକ ଅନୁରୋଧ ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: