ଦୁଇ ଶିଶୁଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ

କନ୍ଧମାଳ ୧୭।୦୭: ଜି ଉଦୟଗିରିରେ ପାରିବାରିକ କଳହର କରୁଣ ପରିଣତି । ଦୁଇ ଶିଶୁଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ । ତେବେ ଦୁଇ ଶିଶୁଙ୍କ ମୃତ ହେବା ସହ ଗୁରୁତର ଅବସ୍ଥାରେ ମାଆକୁ ରାଈକିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରାଈକିଆ ଖ୍ରୀଷ୍ଟିଆନ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ରାଈକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ପ୍ରକୃତ କାରଣ ପାରିବାରିକ କଳହ ନାଁ ଆଉ କିଛି ତା ତଦନ୍ତ ପରେ ସ୍ପଷ୍ଟ ହେବ । ସୂଚନା ଅନୁସାରେ, ରାଇକିଆ ଅଞ୍ଚଳର ବ୍ୟବସାୟୀ ଏମ୍‌ ରାଜେଶ ପାତ୍ର ଓ ପତ୍ନୀ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତକାଲି ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ଭାଗ୍ୟଲକ୍ଷ୍ମୀ ୨ ଛୁଆଙ୍କୁ ଧରି ସନ୍ଧ୍ୟାରୁ ଘରୁ ଚାଲି ଆସିଥିଲେ। ଅଲିମାରୋଡ଼୍‌ ନିକଟରେ ଥିବା ଏକ କୂଅକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ କୂଅକୁ ଠେଲି ଦେଇଥିଲେ। ୨ ପିଲାଙ୍କୁ କୂଅକୁ ଠେଲି ଦେବା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି। ୨ ପିଲାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ସହ ଝଗଡ଼ା କରି ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।  ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। କେଉଁ କାରଣକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରାଇକିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!