କଟକ ୦୧।୧୦ : ଦୁର୍ଗାପୂଜାରେ ସହର ଜଗିବେ ୫୫ ପ୍ଲାଟୁନ୍ ଫୋର୍ସ| ଦୁର୍ଗାପୂଜାକୁ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସହରକୁ ଜଗିବେ ୫୫ ପ୍ଲାଟୁନ୍ ପୋର୍ସ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସହରକୁ ଜଗିବେ ପୋଲିସ ଫୋର୍ସ ସହିତ୬ ଜଣ ଆଡିସିନାଲ ଡ଼ିସିପି, ୪୦ ଜଣ ଡ଼ିଏସପି ,୫୫ ଇନ୍ସପେକ୍ଟର, ୩୦୦ ସବ ଇନ୍ସପେକ୍ଟର , ୮୪ଜଣ ହାବିଲଦାର, ୬୨୪ ଟ୍ରାଫିକ କନଷ୍ଟେବଳ , ୬୯୪ଜଣ ହୋମଗାର୍ଡ ସହ ୭୦୦ଜଣ ପୋଲିସ ଭଲେଣ୍ଟିୟର ନିୟୋଜିତ ରହିବେ । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ,ଷ୍ଟ୍ରାଇକିଙ୍ଗ ଫୋର୍ସ, କ୍ୱିକ୍ ରେସ୍ପନ୍ସ ଟିମ୍ ମଧ୍ୟ ହେବ ମୁତୟନ ରହିବେ । ୪୪ଟି ଆଡ୍ ପୋଷ୍ଟ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହେବ ଓ୍ୱାନ୍ ଓ୍ୱେ ବ୍ୟବସ୍ଥା । 24X7 CCTV କ୍ୟାମେରାର ନଜରରେ ରହିବ ସହର । ସହରରେ ଥିବା ୩୦୦ରୁ ଅଧିକ CCTV ଦ୍ୱାରା ସମସ୍ତ ଗତିବିଧି ଉପରେ ନଜର ରଖାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |