ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୩/୧୦  : ଦୁଇବର୍ଷର କରୋନା କଟକଣା ପରେ ଏ ବର୍ଷ ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା ।  ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ ।ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ । ଗାଁଠୁ ସହର ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା।ତେବେ ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ମୋର ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମା’ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: