ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ: ଚାଲିଗଲା ୩ ଜୀବନ

ଭଦୋହୀ,୦୩/୧୦: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ରବିବାର ଦିନ ଏକ ବଡ଼ ଦୁର୍ଘଟଣା ହୋଇଛି । ଭଦୋହୀ ଜିଲ୍ଲାର ଏକ ଦୁର୍ଗା ପୂଜା ପେଣ୍ଡାଲରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ୬୪ ଜଣ ନିଆଁର ଶିକାର ହୋଇ ଆହତ ହୋଇଥିବା ବେଳେ ୩ ଶିଶୁ ସାମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭଦୋହୀର ଔରାଇରେ ଆୟୋଜିତ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିଥିଲା । ଏଥିରେ ୬୪ ଜଣ ଆହତ ହୋଇଥିଲେ । ଏଥିରୁ ଅଧିକାଂଶ ମହିଳା ଥିଲେ । ତେବେ ୬୪ ଜଣଙ୍କ ମଧ୍ୟରୁ ୪୨ ଜଣଙ୍କୁ ଚିକିତ୍ସା ପାଇଁ ବାରାଣସୀ ସ୍ଥାନାନ୍ତରିତ କରାଯାଇଥିଲା । ବାରାଣାସୀ ସ୍ଥାନାନ୍ତରିତ କରାଯାଇଥିବା ଲୋକଙ୍କ ମଧ୍ୟରେ ୧୦ ଜଣଙ୍କୁ ବିଏଚ୍‌ୟୁର ସୁପର ସ୍ପେଶାଲିଟିରେ ନିର୍ମିତ ଜରୁରୀକାଳୀନ, ୧୪ ଜଣଙ୍କୁ ବିଏଚ୍‌ୟୁର ଟ୍ରାମା ସେଣ୍ଟର ଓ ୩ଙ୍କୁ ବିଏଚ୍‌ୟୁର ଆଇସିୟୁରେ ଭର୍ତ୍ତି କରାଯାଇଛି ।  ପ୍ରଶାସନ କହିବା ଅନୁସାରେ ୧୦ ଜଣଙ୍କୁ ଏକ ମଣ୍ଡଳୀୟ ହସ୍ପିଟାଲ ଏବଂ ୫ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କୁ ଚିକିତ୍ସା ପାଇଁ ପ୍ରୟାଗରାଜ ନିଆଯାଇଥିବା ବେଳେ ୧୮ ଜଣଙ୍କୁ ଔରାଇରେ ଭର୍ତ୍ତି କରାଯାଇଛି । ସେହିପରି ୧୫ ଜଣଙ୍କୁ ବାରାଣସୀ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁ ଏବଂ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: