ଦୁର୍ଘଟଣାରେ ପୁରୁଖା ସାମ୍ବାଦିକ ଶିବରାମ ଦାସ ଗୁରୁତର

ରାଜକନିକା,୧୩/୩ :ରାଜକନିକା ଅଂଚଳର ପୁରୁଖା ସାମ୍ବାଦିକ ଶିବରାମ ଦାସ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ଚିିକତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଶ୍ରୀଦାସ ରାଜକନିକାରୁ ନିଜ ଘର ଅବଦୁଲପୁରକୁ ମଟରସାଇକେଲ ଯୋଗେ ଫେରୁଥିବା ବେଳେ ଦେଉଳତରା ନିକଟରେ ଦୁର୍ଘଟଣାରେ ଶୀକାର ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ସେ ସୁସ୍ଥ ଥିବାର ପରିବାର ସୂତ୍ରରୁ ପ୍ରକାଶ । ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲାର ସମସ୍ତ ସାମ୍ବାଦିକ, କନିକା ପ୍ରେସ୍ କ୍ଲବ୍‌, କଣ୍ଡିଆହାଟ ବ୍ୟବସାୟୀ ସଂଘ, ଖରସ୍ରୋତା ସାଂସ୍କୃତିକ ପରିଷଦ ଏବଂ ଯାଦବ ସଂଘ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟକାମନା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: