ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ଜଣ

ରାଜନନ୍ଦଗାଓଁ,୨୨/୪:ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।  ସୂଚନା ଅନୁସାରେ, ଖଇରାଗଡ଼ର ସୁବାସ କୋଚର, ପତ୍ନୀ ଓ ୩ ଝିଅଙ୍କ ସହ ବାଲୋଡରୁ ଖଇରାଗଡ଼ କାର୍‌ରେ ଫେରୁଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ସିଙ୍ଗାରପୁର ନିକଟରେ ଗଣେଶ ମନ୍ଦିର ନିକଟରେ କଲର୍ଭଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡ଼ି ଜଳି ଯାଇଥିଲା। ଫଳରେ ଗାଡ଼ି ଭିତରେ ପରିବାରର ୫ ଜଣ ସଦସ୍ୟ ଜୀଅନ୍ତା ଜଳି ଯାଇଥିଲେ। ରାତି ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଖବରପାଇ ପୋଲିସ୍‌ ଓ ଫୋରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: