ଦୁର୍ନୀତି ଅଭିଯୁକ୍ତ ମନ୍ତ୍ରୀ ଓ ସାଂସଦ ତଥା ବିଧାୟକମାନଙ୍କ ବିରୋଧରେ ତଦନ୍ତ ପାଇଁ ପୁଲିସ ନେବ ଆଗୁଆ ଅନୁମତି

ନୂଆଦିଲ୍ଲୀ ,୦୭/୦୯: ଦୁର୍ନୀତି ଅଭିଯୁକ୍ତ ମନ୍ତ୍ରୀ ଓ ସାଂସଦ ତଥା ବିଧାୟକମାନଙ୍କ ବିରୋଧରେ ତଦନ୍ତ ପାଇଁ ଏଣିକି ପୁଲିସକୁ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ହେବ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସମେତ ରାଷ୍ଟ୍ରାୟତ୍ତ ସଂସ୍ଥା ଓ ବ୍ୟାଙ୍କ ପରିଚାଳନା ନିର୍ଦେଶକଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ କାର୍ଯ୍ୟକାରୀ ହେବ। ଏଥିପାଇଁ ପୁଲିସକୁ ସର୍ବନିମ୍ନ କାର୍ଯ୍ୟାନ୍ବୟନ ପ୍ରକ୍ରିୟା (ଏସ୍‌ଓପି) ମାନିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ସୋମବାର ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହ ଏହା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏଥିନିମନ୍ତେ ସରକାର ଦୁର୍ନୀତି ନିର୍ବାରଣ ସମ୍ପର୍କିତ ୩୦ବର୍ଷର ପୁରୁଣା ଆଇନକୁ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତ ପତ୍ର ସମସ୍ତ ବିଭାଗୀୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶାସନ ସଚିବଙ୍କ ନିକଟକୁ ପଠାଯାଇଛି। ଏସ୍‌ଓପି ଠିକ୍‌ କାର୍ଯ୍ୟକାଳୀ ହେଉଛି କି ନାହିଁ ତାହା ମନ୍ତ୍ରୀ ଓ କେନ୍ଦ୍ର ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ଅବଗତ କରିବେ। ସିବିଆଇକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ମିଳିଥିବା ଅଭିଯୋଗ ସଂକ୍ରାନ୍ତ ତଥ୍ୟ ପ୍ରସ୍ତୁତ ପରେ ନିଜର ପାହ୍ୟା ଅନୁସାରେ ତଦନ୍ତ ଲାଗି ଅଧିକୃତ ପୁଲିସ ଅଧିକାରୀ ଅନୁମତି ପାଇଁ ଆବେଦନ କରିବେ। ଆବେଦନ ସହିତ ମିଳିଥିବା ଅଭିଯୋଗ ଓ ଏହାର ଅନୁବାଦିତ ନକଲ ପଠାଇବେ। ଏହା ପୂର୍ବରୁ ସେମାନେ ଅଭିଯୋଗ ଉପରେ ଓ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପର୍କରେ ଉପଯୁକ୍ତ ଯାଞ୍ଚ କରିବେ। କେଉଁ ପାହ୍ୟାର ପୁଲିସ ଅଧିକାରୀ କାହା ଉପରେ ତଦନ୍ତ କରିପାରିବେ ତାହା ମଧ୍ୟ ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ପୁଲିସ ଅଧିକାରୀଙ୍କୁ ସେମାନଙ୍କର ଭୂମିକା ଓ କାର୍ଯ୍ୟ ସଂକ୍ରାନ୍ତ ଏକ ତାଲିକା ପ୍ରଦାନ କରାଯାଇ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: