ଦେବୀ ନଦୀରେ ବୁଡ଼ି ନିଖୋଜ ଘଟଣା:୩ ମୃତଦେହ ଉଦ୍ଧାର

ବାଲିକୁଦା,୨୮ା୩ : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ବୁଡ଼ି ଯାଇଥିବା ତୃତୀୟ ନାବାଳକଙ୍କର ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଥିବାର ଖବର ମିଳିଛି।  ଏହି ନଦୀକୁ ଗାଧୋଇବାକୁ ଆସିଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଜଣେ ନିଖୋଜ ଅଛନ୍ତି।ଆଜି ସକାଳୁ ଉଦ୍ଧାର ହୋଇଥିବାର ଖବର ମିଳିଛି।  ମୃତକ ଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ଆମ୍ବଶାଳ ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟବ୍ରତ (ବବୁଲ)। ଅନ୍ୟ ଜଣେ ହେଲେ ଏହି ଗ୍ରାମର ମାନସ ବାରିକଙ୍କ ପୁଅ କାହ୍ନା। ସେହିପରି ନିଖୋଜ ଜଣକ ହେଲେ ଭୁବନେଶ୍ୱରସ୍ଥିତ ସତ୍ୟନଗରର କାହ୍ନା ପାତ୍ରଙ୍କ ପୁଅ ଶୁଭମ୍‌। ଅପରପକ୍ଷେ ନୟାଗଡ ଜିଲା ରଣପୁର ଅଞ୍ଚଳର ଦୀପକ ମାର୍ଥାଙ୍କ ପୁଅ ତପନ ପାଣିକୁ ଯାଇ ନ ଥିବାରୁ ରକ୍ଷା ପାଇଯାଇଛନ୍ତି। ୧୪ ବର୍ଷୀୟ ପୁତ୍ର ତପନ ମୋବାଇଲରେ ଗାଧୋଇବା ସମୟର ଦୃଶ୍ୟକୁ ଭିଡିଓ କରୁଥବା ବେଳେ ଅନ୍ୟ ୩ ଜଣ ପାଣି ଭିତରେ ପଶି ଥିଲେ। ତେବେ ଜଣକ ପରେ ଜଣେ ପାଣିରେ ବୁଡ଼ି ଯାଉଥିବା ଦେଖି ଭିଡିଓ କରୁଥିବା ତପନ ତୁରନ୍ତ ନଈବନ୍ଧରେ ବସିଥିବା ସେହି ଯୁବକଙ୍କୁ ଡାକ ପକାଇ ସାହାଯ୍ୟ ମାଗିଥିଲା। ବୁଡି ଯାଉଛନ୍ତି ଉଦ୍ଧାର କର ବୋଲି ଚିତ୍କାର ଶୁଣି ସେହି ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପାଣି ଭିତରେ କାହାକୁ ଦେଖିବାକୁ ପାଇ ନଥିଲେ।ସମସ୍ତଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ। ଚଳିତବର୍ଷ ବବୁଲ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ଅନ୍ୟ ୩ ଜଣ ସାଙ୍ଗ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର। ଖବରପାଇ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଖୋଜାଖୋଜି କରିଥିଲେ।
ସୋମବାର ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ନାବାଳକ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଥିଲେ। ସଂଧ୍ୟା ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ। ଆମ୍ବଶାଳ ଚନ୍ଦ୍ରପଡ଼ା ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ (ବବ୍ଲୁ, ୧୬ ବର୍ଷ) ଓ ଚନ୍ଦ୍ରପଡ଼ା ଗ୍ରାମର ମାନସ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ (କାହ୍ନା,୧୬ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର କୁନା ପାତ୍ରଙ୍କ ନବମ ଶ୍ରେଣୀ ପଢ଼ୁଥିବା ପୁଅ ଶୁଭମ୍ ପାତ୍ର(୧୬)ଙ୍କର ଗତକାଲି ପତ୍ତା ମିଳିନଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!