ନୂଆଦିଲ୍ଲୀ , ୦୯/୦୮: ଦେଶରେ ଭାରତରେ ଗତ ୨୪ ଘଣ୍ଟାରେ ୧୨ ହଜାର ୭୫୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନାରେ ୪୨ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୭୪,୬୫୦ ହୋଇଛି। ସେହିଭଳି ସକ୍ରିୟ ମାମଲା ସଂଖ୍ୟା ୧୩୧,୮୦୭ ହୋଇଛି। ଗତ ୨୪ ଘଣ୍ଟାରେ କରୋନାରୁ ୧୬୪୧୨ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୪୩,୫୧୬,୦୧୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ଦେଶରେ କରୋନାରେ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ହେଉଛି ୫୨୬,୭୭୨।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |