ଦୋଷୀ ସାବ୍ୟସ୍ତ ହେଲେ ରାହୁଲ : ‘ମୋଦି ସରନେମ୍‌’ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୨୩/୩:’:ସମସ୍ତ ଚାରି ଜଣଙ୍କ ନାଁ ମୋଦି କାହିଁକି’ ? … କଂଗ୍ରେସ ନେତା ରାହୁଲ ଗାନ୍ଧୀ(Rahul Gandhi )ଙ୍କ ମନ୍ତବ୍ୟ ନେଇ ରୁଜୁ ହୋଇଥିବା ମାନହାନୀ ମାଲାରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଛନ୍ତି । ସବୁ ମୋଦି ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!