ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ୧୧୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆକୁ ୧୧୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସ୍କୋର ବିରାଟ କୋହଲି କରିଥିଲେ। ସେ ୩୫ ବଲ୍ରୁ ୩୧ ରନ୍ କରିଥିଲେ। ସେହିପରି ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ ରନ୍ ସୌକାର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟ୍ରାକ୍ ୫ଟି ଉଇକେଟ୍ ନେଇଥିବା ବେଳେ ସିନ୍ ଆବୋଟ ୩ ଏବଂ ନାଥନ ଏଲିସ ୨ଟି ଉଇକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏହା ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ୧୯୮୧ରେ, ଭାରତୀୟ ଦଳ ସିଡନୀରେ ୬୩ ରନ ଏବଂ ୨୦୦୦ରେ ସିଡନୀରେ ୧୦୦ରନ ସ୍କୋର କରିପାରନ୍ତି।ଦଳ ପକ୍ଷରୁ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ସେନ ଆବୋଟ ୩ଟି ଓ ଏଲିସ ୨ଟି ସଫଳତା ପାଇଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୧ ରନ କରିଥିବା ବେଳେ ଅକ୍ଷର ପଟେଲ ୨୯, ରବୀନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା କେବଳ ୧୩ ରନ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍ ସଂଗ୍ରହ କରିଥିଲେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |