ଦ୍ୱିତୀୟ ଥର ପାଇଁ EDରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫/୧୧: :  ଆଜି ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଥରେ ଇଡିରେ ଶ୍ରଦ୍ଧାଞ୍ଜଳି ବେହେରା ହାଜର ହୋଇଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ବୁଧବାର ଦିନ ହୋଇଥିବା ଜେରାରେ ପାଖାପାଖି ୧୪ ଘଣ୍ଟା ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା । ତେବେ ଏହି ଜେରା ସମୟରେ ଶ୍ରଦ୍ଧାଞ୍ଜଳି ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।ଅନ୍ୟପକ୍ଷେ ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି । ପୂର୍ବରୁ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଆମ୍ନାସାମ୍ନା ଜେରା ପରେ ଆଜି ପୁଣି ଥରେ ତାଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବ ଜେରାରୁ ମିଳିଥିବା ତଥ୍ୟ ଓ ୩ କୋଟି ବ୍ଲାକମେଲିଂର ଅସଲ କାରଣ ଖୋଜାଯିବ । ସବୁଠୁ ବଡ଼ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି ତଦନ୍ତକାରୀ ସଂସ୍ଥା । ତେଣୁ ତା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ପଚରାଉଚରା ବେଶ୍ ଗୁରୁତ୍ୱବହନ କରୁଛି ।ସେପଟେ ଗତକାଲି ବ୍ୟବସାୟୀ ଗଙ୍ଗାଧର ସାମଲଙ୍କୁ ୧୨ ଘଣ୍ଟା ଜେରା ପରେ ଛାଡ଼ିଥିଲା ଇଡି । ଅର୍ଚ୍ଚନାଙ୍କ ସହ ତାଙ୍କର ୩୫ ଲକ୍ଷ ନେଣଦେଣ ହୋଇଥିବା ତଥ୍ୟ ମିଳିବା ପରେ ତାଙ୍କୁ ସମନ କରାଯାଇଥିଲା । ୧୨ ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରି ଗଙ୍ଗାଧର କହିଛନ୍ତି, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କାର୍‌ ଲାଗି ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇ ବୁକିଂ କରିଥିଲେ । ମାତ୍ର ପରେ ଆୟକର ସମସ୍ୟା ଦେଖାଇ ବୁକିଂ ରଦ୍ଧ କରିଥିଲେ । ସେହି ବୁକିଂ ଟଙ୍କା ତାଙ୍କୁ ଫେରସ୍ତ ମଧ୍ୟ କରାଯାଇଥିଲା ବୋଲି ଗଙ୍ଗାଧର ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: