ମୁମ୍ବାଇ ୨୨/୦୪: କ୍ୟାରିଅର୍ରେ ପ୍ରଥମ ଥର ମନାଲିରେ ଫିଲ୍ମ ସୁଟିଂ କରିବାକୁ ଯାଉଥିବାରୁ ଖୁସିରେ ନାଚୁଛନ୍ତି ବଲିଉଡ୍ ନାୟିକା ଭୂମି ପେଡ୍ନେକର । ଅଜୟ ବହଲଙ୍କ ଥ୍ରିଲର୍ ଫିଲ୍ମ ‘ଦ ଲେଡି କିଲର୍’ର ସୁଟିଂ ସେ ମନାଲିରେ ଆରମ୍ଭ କରିବେ । ଏଥିରେ ସେ ଅଭିନେତା ଅର୍ଜୁନ କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି । ଫିଲ୍ମଟି ଛୋଟ ସହରର ଜଣେ ପ୍ଲେବଏର କାହାଣୀ ବର୍ଣ୍ଣନା କରିବ । ସେହି ଚରିତ୍ର ନିର୍ବାହ କରିଛନ୍ତି ଅର୍ଜୁନ କପୁର । ଇତିମଧ୍ୟରେ ଜଣେ ସୁନ୍ଦରୀ ପ୍ରେମରେ ସେ ପଡ଼ିଯାଇଛନ୍ତି । ଏହି ଭୂମିକାରେ ଅଭିନୟ କରିଛନ୍ତି ଭୂମି । ଉଭୟ ଏକ ଭଉଁରି ଭିତରେ ରୋମାନ୍ସ କରୁଛନ୍ତି । ସିନେ କ୍ୟାରିଅର୍ରେ ପେସା କିଭଳି ଭାବେ ବିଭିନ୍ନ ସ୍ଥାନ ଭ୍ରମଣର ସୁଯୋଗ ଦେଇଛି, ଭୂମି ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହନ୍ତି ‘ମୁଁ ବହୁତ ଖୁସି ଯେ ମୋ ପେସା ମୋତେ ଅନେକ ସ୍ଥାନକୁ ନେଉଛି ଏବଂ ସୁନ୍ଦର ଓ ଚମତ୍କାର ସ୍ଥାନର ସୌନ୍ଦର୍ଯ୍ୟ ଓ ସଂସ୍କୃତିରେ ବୁଡ଼ିବାର ସୁଯୋଗ ଦେଉଛି । କ୍ୟାରିଅର୍ରେ ପ୍ରଥମ ଥର ମନାଲିରେ ସୁଟିଂ ପାଇଁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି । ଜଣେ ସୃଜନଶୀଳ ବ୍ୟକ୍ତି ଭାବେ ମୋର ଭ୍ରମଣ ମୋତେ ଗଭୀର ଭାବେ ପ୍ରେରିତ କରେ । ‘ଦ ଲେଡି କିଲର୍’ ପ୍ରସ୍ତୁତିରେ ବହୁତ କଠିନ ପରିଶ୍ରମ କରୁଛି । ଏହାର କାହାଣୀ ବାସ୍ତବରେ ଚମତ୍କାର । କେବେ ପରଦାରେ ଦେଖାଇ ନ ଥିବା ମୋ କଳାର ଆଉ ଏକ ଦିଗ ଦେଖାଇବାକୁ ଏହା ମୋତେ ସୁଯୋଗ ଦେଇଛି । ଅର୍ଜୁନଙ୍କ ସହ ମଧ୍ୟ ଏହା ମୋର ପ୍ରଥମ ଫିଲ୍ମ । ଅଜୟଙ୍କର ଏହି କାହାଣୀକୁ ଜୀବନ୍ତ ଫୁଟାଇବା ପାଇଁ ଆମେ କିଭଳି ସୃଜନଶୀଳ ଭାବେ ଏକତ୍ର ହେଉଛୁ, ତାହା ଦେଖିବାକୁ ମୁଁ ବେଶ ଉତ୍ସୁକ ।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |