ଧରାପଡ଼ିଲା KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା

ଭୁବନେଶ୍ୱର,୨୮।୧:  ଧରାପଡ଼ିଲା କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । କିଛିଦିନ ପୂର୍ବରୁ କେବିଏନ୍ ଗ୍ରୁପର ସଦସ୍ୟମାନେ ବିଳମ୍ବିତ ରାତ୍ରିରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ । ଏଥିସହ ରାସ୍ତା ଉପରେ ବାର୍ଡ ଡେ’ ପାର୍ଟି କରି ଭିଡିଓ ଭାଇରାଲ୍ କରିଥିଲେ । । ୨ ମାସ ପୁର୍ବରୁ ରାଜଧାନୀରେ ଆତଙ୍କ ରଚାଇଥିବା ବୁବୁକୁ ଗିରଫ କରିଛି ପୁଲିସ । ପୂର୍ବରୁ ସମ୍ପୃକ୍ତ ଗ୍ୟାଙ୍ଗର ୯ଜଣ ସଦସ୍ୟଙ୍କୁ କମିଶନରେଟ ପୁଲିସ ଗିରଫ କରିଥିଲା । ହେଲେ ବୁବୁକୁ ଗିରଫ କରିପାରିନଥିଲା ପୋଲିସ । ବର୍ତ୍ତମାନ ବୁବୁକୁ ପୁଲିସ ଭୁବନେଶ୍ୱରର ଡେଲ୍ଟା ଛକରୁ ଗିରଫ କରିଛି । ଗିରଫ କରିବା ସମୟରେ ବୁବୁ ପାଖରୁ ଏକ ଖଣ୍ଡା ଜବତ ହୋଇଛି । କିଛି ମାସ ତଳେ ରାଜଧାନୀରେ ଆତଙ୍କ ରଚାଇଥିଲେ ଏହି ଗ୍ରୁପ୍‍ ।   ଏନେଇ ପୁଲିସ ଜାଣିବା ପରେ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରିଥିଲା । ଏବଂ ଗ୍ୟାଙ୍ଗର ୯ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: