ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗିରଫ ସହ ବହିଷ୍କାର ଦାବି

ଭୁବନେଶ୍ବର ୨୭।୯ବିଜେଡି ଜିଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ ।  ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତିର ବଡ ଅଭିଯୋଗ ଆଣିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ଅଡିଓ ଉପସ୍ଥାପନା କରି ମନ୍ତ୍ରୀଙ୍କ ସମ୍ପୃକ୍ତିର ବଡ ଖୁଲାସା କରିଛନ୍ତି ନିମାପଡ଼ା ବିଜେପି     ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ ସହିତ ଆହୁରି ଜଣ ୬ ଜଣଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ଯେଉଁଦିନ ତାଙ୍କର ମୃତ୍ୟୁ ହେଲା ସେହିଦିନର ଏହି କଥାବର୍ତ୍ତା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଗଣ ଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ଗିରଫ ସହିତ  ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି କରିଛନ୍ତି ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା। ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି । ସେ କହିଛନ୍ତି ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ଫୋନ୍‌ରେ ଅକ୍ଷୟ ନାମକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ମୋବାଇଲ୍‌ରେ କଥା ହେବା ବେଳେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଆଉ ମନ୍ତ୍ରୀ ସମୀର ଦାଶଙ୍କ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମଧ୍ୟ ବନ୍ଧୁ ଅକ୍ଷୟଙ୍କୁ ଜଣାଇଥିଲେ । ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ନିଜ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରିଛନ୍ତି । ଯାହା କି ଅଡିଓ କ୍ଲିପ୍‌ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ତେଣୁ ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦିଅନ୍ତୁ ଏବଂ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି ନେତ୍ରୀ ପ୍ରଭାତି ପରିଡ଼ା ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: