ଭୁବନେଶ୍ୱର,୨୮/୦୯ : ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା । ଧର୍ମେନ୍ଦ୍ରଙ୍କ ଅଡିଓ ରେକଡିଂକୁ ନେଇ ବଢିଲା ଅଡୁଆ । ଧର୍ମେନ୍ଦ୍ର କଥା ହୋଇଥିବା ପ୍ରତ୍ୟେକ ଲୋକଙ୍କୁ ପଚରାଉଚରା କରିବ ପୋଲିସ । 15 ରୁ 18 ଜଣଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିବାର ଅଡିଓ ଭାଇରାଲ ହେଉଛି । ଖୁବଶୀଘ୍ର ଗୋପ ତଦନ୍ତ ପାଇଁ ଯିବ ପୋଲିସର ସ୍ପେଶାଲ ଟିମ୍ । ଭାଇରାଲ ଅଡିଓର ଯାଞ୍ଚ କରାଯାଉଥିବା ସୂଚନା ଦେଲେ ଅତିରିକ୍ତ ଡିସିପି । ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତ ଫୋନରେ କଥା ହୋଇଥିଲେ ଧର୍ମେନ୍ଦ୍ର। କିଛି ଲୋକଙ୍କ ନାଁ ନେଇଥିଲେ। ତାଙ୍କର ମୃତ୍ୟୁ ହେଲେ ସେମାନେ ଦାୟୀ ରହିବେ ବୋଲି ବି କହିଥିଲେ। ଧର୍ମେନ୍ଦ୍ର ନେଇଥିବା ନାଁରେ ଥିଲା ସମୀର ଦାସଙ୍କ ନାଁ । ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ୫ଜଣଙ୍କୁ ଦାୟୀ କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏଭଳି ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ତାଙ୍କ ମୃତ୍ୟୁର କାରଣକୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ବିଜେପି ପକ୍ଷରୁ ଏକ ଅଡିଓ ଜାରି କରାଯାଇ ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଦାବି କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ଆନ୍ଦୋଳନ କରାଗଲାଣି ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଖାଲି ବିକ୍ଷୋଭ ନୁହେଁ, ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଫଳରେ ପୁଲିସ ଓ ଛାତ୍ର କଂଗ୍ରେସର କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମନ୍ତ୍ରୀଙ୍କୁ ତୁରନ୍ତ ଗରିଫ କରିବା ସହ ମନ୍ତ୍ରୀ ପଦରୁ ସମୀର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |